ନୂଆଦିଲ୍ଲୀ : ଏମିତି ବି ହୋଇଥିଲା ଜଣେ ଆଗଧାଡ଼ିର ଅଭିନେତ୍ରୀ ପ୍ରତ୍ୟାଖ୍ୟାନ କରିଥିବା ସିନେମା ଆଉ ଜଣେ ଅଭିନେତ୍ରୀଙ୍କୁ ସୁପରଷ୍ଟାର କରିପାରିଥିଲା । ଘଟଣା ଥିଲା ହିନ୍ଦି ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର । ୧୯୯୬ ମସିହାର ଘଟଣା । ସେ ସମୟରେ ମିସ୍ୱାର୍ଲ୍ଡ ଟାଇଟଲ ହାସଲ କରିଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପାଖକୁ ବଲିଉଡ଼ରେ ଅଫରର ସୁଅ ଛୁଟିଥିଲା । ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର ଅଫର ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା । ବ୍ୟକ୍ତିଗତ କାରଣ ହେଉ ବା ଆଉ କିଛି ଏହି ଅଫରକୁ ରିଜେକ୍ଟ କରି ଦେଇଥିଲେ ଐଶ୍ୱର୍ଯ୍ୟା । ପରେ ଏହା କରିସ୍ମାଙ୍କୁ ମିଳିଥିଲା, ଯାହା ତାଙ୍କୁ ରାତାରାତି ସୁପରଷ୍ଟାର କରି ଦେଇଥିଲା ।
‘ପ୍ରେମ କଏଦୀ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା କରିସ୍ମା କାପୁର ‘ଅନାରୀ’, ‘ରାଜା ବାବୁ’, ‘କୁଲି ନଂ ୧’, ‘ସାଜନ ଚଲେ ସସୁରାଲ୍’ ଏବଂ ‘ଜୀତ୍’ରେ ଅଭିନୟ କରିଥିଲେ ମଧ୍ୟ ଏତେଟା ସଫଳତା ମିଳି ନ ଥିଲା । କାରଣ ତାଙ୍କ କ୍ୟାରିୟରର ପ୍ରଥମ ଦିନରୁ ହିଁ ଲୋକମାନେ ତାଙ୍କ ଚେହେରାକୁ ନେଇ ପରିହାସ କରୁଥିଲେ । ଏମିତି କି କେହି କେହି ତାଙ୍କୁ ପୁଅମାନଙ୍କ ସହ ତୁଳନା କରୁଥିବା ବେଳେ ଲେଡି ରନ୍ଧୀର କପୁର ବୋଲି ମଧ୍ୟ କହୁଥିଲେ । କିନ୍ତୁ ‘ରାଜା ହିନ୍ଦୁସ୍ତାନୀ’ ପରେ କରିସ୍ମାଙ୍କ ପ୍ରତିଛବି ଲୋକଙ୍କ ଆଖିରେ ସଂପୂର୍ଣ୍ଣ ବଦଳିଗଲା । ଏହି ଚଳଚ୍ଚିତ୍ର ଅଫର ପ୍ରଥମେ ଐଶ୍ୱର୍ଯ୍ୟା ରାୟଙ୍କୁ ମିଳିଥିଲା, କିନ୍ତୁ ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । କାରଣ ମିସ୍ ୱାର୍ଲ୍ଡ ହେବା ପରେ ତାଙ୍କ ପାଖରେ ଅନେକ ଅଫର ଥିଲା । ପରେ ଏହି ସୁଯୋଗ କରିସ୍ମାଙ୍କୁ ମିଳିଥିଲା, ଯାହା ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା । ଏହି ଚଳଚ୍ଚିତ୍ର ତାଙ୍କୁ ଏକ ନୂତନ ପରିଚୟ ଦେଇଥିଲା । ୧୯୯୬ ମସିହାରେ ଆସିଥିବା ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ରେକର୍ଡ଼ ସୃଷ୍ଟି କରିଥିଲା । ପ୍ରାୟ ୫.୭୫ କୋଟିରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୭୬.୩୪ କୋଟି ସଂଗ୍ରହ ହୋଇଥିଲା । ଏମିତି କି ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା । ଏହା ପରେ କରିସ୍ମାଙ୍କ ପାଖକୁ ଅଫରର ସୁଅ ଛୁଟିଲା ।
BREAKING NEWS
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
Comments are closed.