Latest Odisha News

BREAKING NEWS

୨୦୨୪ ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ଭୁବନେଶ୍ୱର: ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣି ବିଧାୟକ ସୁର ରାଉତରାୟ  । ୨୦୨୪ ନିର୍ବାଚନରେ ସେ ଆଉ ଲଢିବେ ନାହିଁ ସୂଚନା ଦେଇଛନ୍ତି । ସୋମବାର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ରାଉତରାୟ କହିଛନ୍ତି, ତାଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ତାଙ୍କର ପ୍ରତିନିଧିତ୍ୱ କରିବେ । ତାଙ୍କ ନିର୍ବାଚନମଣ୍ଡଳୀରୁ  ତାଙ୍କ ବଦଳରେ ତାଙ୍କ ପୁଅ ସିଦ୍ଧାର୍ଥ ୨୦୨୪  ନିର୍ବାଚନ ଲଢିବେ   । ତେବେ ସୁର ରାଜନୀତିରୁ ସନ୍ୟାସ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ସେ ଦଳ ଏବଂ ଦଳୀୟ ସଂଗଠନ ପାଇଁ କାମ କରିବେ ବୋଲି କହିଛନ୍ତି ।

ବରିଷ୍ଠ ନେତା ସୁର କହିଛନ୍ତି, ଦେଶରେ କଂଗ୍ରେସ କ୍ଷମତାକୁ ଫେରିବ । ରାହୁଲ ଗାନ୍ଧି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପକ୍ଷେ ରାଜ୍ୟ ନେତୃତ୍ୱ ମଧ୍ୟ କଂଗ୍ରେସ ହାତକୁ ଫେରିବ । ରାଜ୍ୟରେ ଶରତ ପଟ୍ଟନାୟକ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।

ତେବେ ମିଡିଆରେ ସବୁବେଳେ ଆକ୍ଟିଭ ଥିବା, ପ୍ରତି ମୁହୂର୍ତ୍ତରେ ଦଳ ପାଇଁ ଲଢିବାକୁ ଆଗେଇ ଆସୁଥିବା ସୁର ରାଉତରାୟକ ଏମିତି ନିଷ୍ପତ୍ତି କାହିଁକି ନେଲେ ? ଅଭିମାନରେ ନା ପୁତ୍ର ସ୍ନେହରେ ? ପ୍ରକୃତରେ ପୁଅଙ୍କ ଭବିଷ୍ୟତ ସଜାଡିବା ପାଇଁ ନିଜ ଦାୟିତ୍ୱ ସମର୍ପି ଦେବାକୁ ନିଷ୍ପତ୍ତି ନେଇଛନ୍ତି ନା କାରଣ ଦର୍ଶାଅ ନୋଟିସ ପାଇବା ପରେ ଅଭିମାନରେ ଏପରି ନିଷ୍ପତ୍ତି ନେଇଛନ୍ତି ?

ଏଠି ମନେ ପକେଇ ଦେବାକୁ ଚାହିଁବୁ, ପଦ୍ମପୁର ଉପ ନିର୍ବାଚନରେ କଂଗ୍ରେସ ଭୋଟ ବିଜେଡି କିଣି ନେଇଛି ବୋଲି ମନ୍ତ୍ରବ୍ୟ ଦେଇଥିଲେ ସୁର ରାଉତରାୟ । ଏହାକୁ ନେଇ କଡା ସମାଲୋଚନାର ସମ୍ମଖୀନ ବି ହୋଇଥିଲେ ଏବଂ ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

Leave A Reply

Your email address will not be published.