Latest Odisha News

BREAKING NEWS

ଏଥର ସ୍ୱଦେଶୀ ବନ୍ଧୁକରେ ଦିଆଯିବ ସଲାମୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏଥର ବ୍ରିଟିଶ ବେଳର ବନ୍ଧୁକ ବଦଳରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଗନରେ ସଲାମୀ ଦିଆଯିବ । ପୂର୍ବରୁ ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତିଙ୍କୁ ବ୍ରିଟିଶ ୨୧ ପାଉଣ୍ଡର ଗନରେ ସଲାମୀ ଦିଆ ଯାଉଥିଲା । ଏବେ କର୍ତବ୍ୟପଥରେ ସ୍ୱଦେଶୀ ୧୦୫ ଏମଏମ ଫିଲ୍ଡ ଗନରୁ ୨୧ ତୋପର ସଲାମୀ ଦିଆଯିବ । ଏଥିରେ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀ ମଧ୍ୟ ସମ୍ପୂର୍ଣ୍ଣ ସ୍ୱଦେଶୀ ହେବ । ଗଣତନ୍ତ୍ର ଦିବସ ଦିନ ପ୍ୟାରେଡ ବିଜୟ ଚୌକରୁ ଲାଲ କିଲା ପର୍ଯ୍ୟନ୍ତ ଯିବ । ଏହା ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ତିନ ପରମବୀର ଚକ୍ର ବିଜେତା ଓ ୩ ଅଶୋକ ଚକ୍ର ବିଜେତା ସୁପ୍ରୀମ କମାଣ୍ଡର ରାଷ୍ଟ୍ରପତିଙ୍କୁ ସଲାମୀ ଦେବେ ।

ସେହିପରି ଏଥର ସମ୍ପୂର୍ଣ୍ଣ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହେବ । ମିଶରର ରାଷ୍ଟ୍ରପତି ଏଥର ମୁଖ୍ୟ ଅତିଥି ହେବେ । ସୁରକ୍ଷା ଦୃଷ୍ଟି କୋଣରୁ ଦିଲ୍ଲୀରେ ଡ୍ରୋନ ଏବଂ ପାରାଗ୍ଲାଇଡର ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଏତଦବ୍ୟତୀତ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.