Latest Odisha News

BREAKING NEWS

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପାନବରଜ ନିକଟରେ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପାନବରଜର ସେକ୍ ନସିମ୍ (୩୨) ।
ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ମଧ୍ୟାହ୍ନ ୧୨ଟାରେ ପାନବରଜ ଶବର ସାହିର ପଛପଟ ରାସ୍ତାରେ ନସିମ୍ ବାଇକ୍‌ରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ଖବର ପାଇ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଏସ୍‌ଆଇ ବି ମନୋଜ କୁମାର, ବେଗୁନିଆ ଅବକାରୀ ଓଆଇସି ରାଜେନ୍ଦ୍ର ସେସ, ଖୋର୍ଦ୍ଧା ଓଆଇସି ରଂଜନ ଦାସ ପ୍ରମୁଖ ଚଢାଉ କରି ତାଙ୍କୁ ଧରି ଯାଞ୍ଚ କରିଥିଲେ । ତାଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନସୁଗାର ସହ ଖାଲି ପ୍ୟାକେଟ୍ ଜବତ କରାଯାଇଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ଲକ୍ଷ ୮୦ହଜାର ଟଙ୍କା ହେବ । ଏଥିସହ ବାଇକ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏନେଇ ଖୋର୍ଦ୍ଧା ଅବକାରୀ ଥାନାରେ ୭୨/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.