Latest Odisha News

BREAKING NEWS

ଗର୍ଭାବସ୍ଥାରେ ଖାଆନ୍ତୁ ଘିଅ….

ପ୍ରତ୍ୟେକ ମହିଳା ଗର୍ଭାବସ୍ଥାରେ ଖାଦ୍ୟ ପାନୀୟକୁ ନେଇ ସବୁବେଳେ ସତର୍କ ରହିବା ଦରକାର। ନଚେତ୍ ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ  । ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି ଗର୍ଭବତୀମାନେ ଦୈନିକ ଅଳ୍ପ ପରିମାଣରେ ଦେଶୀ ଘିଅ ଖାଇବା ଭଲ ।ଏହି ସମୟରେ ଖାଦ୍ୟ ହଜମ ହେବା କଷ୍ଟକର ହୋଇଥାଏ ଏଥିସହ ଅମ୍ଳ ବି ହୁଏ। ସବୁ ପ୍ରକାର ସମସ୍ୟାର ଏକମାତ୍ର ଉପାୟ ହେଉଛି ଗୋଟିଏ ଚାମଚ​‌ ଦେଶୀ ଘିଅ ଦ୍ବିପହର ଭୋଜନରେ ଭାତରେ ମିଶାଇ ଖାଇବା ଦ୍ୱାରା ଅମ୍ଲ ସମସ୍ୟା ଦୂର ହୋଇଥାଏ  ।

– ଏକ ଅନୁଧ୍ୟାନ ଅନୁଯାୟୀ ଦେଶୀ ଘିଅ ଖାଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶ ହୋଇଥାଏ ।
-ଗର୍ଭାବସ୍ଥା ସମୟରେ ଭୋକ ନ ହେଉଥିଲେ ଦେଶୀ ଘିଅ ଖାଇଲେ, ଧୀରେଧୀରେ ଭୋକ ହେବା ଆରମ୍ଭ ହୁଏ।
-କେତେଜଣ ମହିଳା ଗର୍ଭବତୀ ଥିବା ସମୟରେ ସେମାନଙ୍କ ଆଣ୍ଠୁଗଣ୍ଠି ଦରଜ, ବିନ୍ଧା ହୁଏ । ସେମାନେ ଦେଶୀ ଘିଅ ୧ଚାମଚ ଖାଇଲେ ସମସ୍ୟା ଦେଖାଯାଏନି  ।

Leave A Reply

Your email address will not be published.