Latest Odisha News

BREAKING NEWS

ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ ନବ ଦାସ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟର ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ ନବ ଦାସ । ଝାରସୁଗୁଡ଼ା ଜିଲ୍ଲା ସହ ପଶ୍ଚିମ ଓଡ଼ିଶାରେ ଥିଲା ନବ ଦାସଙ୍କ ଦବଦବା । ୨୦୧୯ରେ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ଆଉ ବିଜେଡି ଟିକେଟରେ ଝାରସୁଗୁଡ଼ା ଆସନରୁ ଲଢ଼ି ବିଧାୟକ ହୋଇଥିଲେ ନବ ଦାସ । ଏଥିସହ ନବୀନଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟମନ୍ତ୍ରୀ ପଦ ହାତେଇଥିଲେ ନବ ।

ଛାତ୍ର ଜୀବନରୁ ରାଜନୀତିର ଶିଡ଼ି ଚଢ଼ିଥିବା ନବ ଦାସ ୨୦୦୪ ମସିହାରେ କଂଗ୍ରେସ ଟିକେଟରେ ଝାରସୁଗୁଡ଼ା ଆସନରୁ ଲଢ଼ି ହାରିଥିଲେ । ସେବେଠୁ ନବ ଆଉ କେବେ ପଛକୁ ଫେରି ଚାହିଁ ନଥିଲେ । ୨୦୦୯ ଓ ୨୦୧୪ରେ ନବ ଦାସ କଂଗ୍ରେସ ଟିକେଟରୁ ଲଢ଼ି ବିଧାୟକ ହୋଇଥିଲେ । ନିର୍ଭୀକ ସ୍ୱରରେ ବିଧାନସଭାରେ କହୁଥିଲେ ଲୋକଙ୍କ କଥା ।

୨୦୧୯ରେ କଂଗ୍ରେସ ଛାଡ଼ି ନବ ଦାସ, ବିଜେଡିରେ ସାମିଲ୍ ହୋଇଥିଲେ । ତୃତୀୟ ଥର ଲାଗି ନବ ଦାସ ବିଧାୟକ ହେବା ସହ ନବୀନଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ନବ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଥିଲା ବିଏସକେୱାଇ ଭଳି ଜନ କଲ୍ୟାଣକାରୀ ସ୍ୱାସ୍ଥ୍ୟ ବୀମା ଯୋଜନା ।

ଗତ ସପ୍ତାହରେ ନବ ଦାସ ଶନି ସିଙ୍ଗାପୁର ମନ୍ଦିରକୁ ଏକ ସ୍ୱର୍ଣ୍ଣ କଳସ ଦାନ କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଆଜି ଏକ କାର୍ଯ୍ୟକ୍ରମକୁ ବ୍ରଜରାଜନଗର ଯାଇଥିବା ବେଳେ ପୋଲିସ ଏଏସ୍ଆଇ ନବଙ୍କୁ ଗୁଳି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ଦେହାନ୍ତ ହୋଇଛି । ନବ ଦାସଙ୍କ ପରଲୋକରେ ଓଡ଼ିଶା ସମ୍ବାଦ ଓ ଓଡ଼ିଶା ବାଇଟ୍ସ ପରିବାର ଜଣାଉଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

 

Leave A Reply

Your email address will not be published.