Latest Odisha News

ଭାଷା ଭାଗବତ : ନୂତନ ରଂଗ, ଢଂଗ ଚଳିତ ରଙ୍ଗ, ଢଙ୍ଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବିଶ୍ବର ଇତିହାସ ସାକ୍ଷୀ
ନୂତନ ନ ରହେ ଅଟକି
ଅଳପ ସମୟ ବିତିଲେ
ନୂଆ ରଂଗ ଓ ଢଂଗ ଚଳେ

ଆଦ୍ୟକର୍ମୀଂକ ଧୈର୍ଯ ବଳ
ଅବଶ୍ଯ ଦିଏ ଭଲ ଫଳ
ସଂସାର କରଇ ଗ୍ରହଣ
ବହୁ ନୂତନ ଉଦ୍‌ଭାବନ
——————————
ସଂ + କୀର୍ଣ, କ୍ଷେପ, ଖ୍ୟକ, ଗୀତ, ଘର୍ଷ, ଚୟ, ଜୟ, ତାନ, ଥ, ଦର୍ଶନ, ଧାନ, ପୂର୍ଣ, ବର୍ଧନା, ଭାଷଣ…
——————————
ଏପରି ଲେଖା ଅଟେ ଶୁଦ୍ଧ
ତେବେ ବି ଅଯଥା ବିରୋଧ
ସହିତ ବାଦ ଓ ବିବାଦ
କରିଛି ଭାଷା ପଥରୁଦ୍ଧ
—————————
ସ + ଙ୍କୀର୍ଣ୍ଣ, ଙ୍କ୍ଷେପ, ଙ୍ଖ୍ୟକ, ଙ୍ଗୀତ, ଙ୍ଘର୍ଷ, ଞ୍ଚୟ, ଞ୍ଜୟ, ନ୍ତାନ, ନ୍ଥ, ନ୍ଦର୍ଶନ, ନ୍ଧାନ, ମ୍ପୂର୍ଣ୍ଣ, ମ୍ବର୍ଦ୍ଧନା, ମ୍ଭାଷଣ….
——————————
ଏପରି ଶବ୍ଦାଂଶ ଲିଖନ
କରଂତି ଏଠି ଶିଶୁଗଣ
ଜ୍ଞାନୀଏ ଅଭ୍ୟାସ ବଶତଃ
ଏପରି ଲେଖି ଉଲ୍ଲସିତ

ହେଲେ ହେଁ ଭାଷାର ପ୍ରଭାବ
କିଏ କରଂତି ଅନୁଭବ ?
ଜନତା ସ୍ବଭାଷାକୁ ଡରି
ପାରଂତିନାହିଁ କିଛି କରି

ଲେଖାକୁ କରିଲେ ସରଳ
ନିଶ୍ଚେ ମିଳିବ ଭଲ ଫଳ
ଏହା ଅନେକେ ବୁଝି, ଜାଣି
ପାରୁନାହାଂତି କିଆଁ ମାନି ?

Leave A Reply

Your email address will not be published.