Latest Odisha News

BREAKING NEWS

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ ନେଇ ଆସିଥିଲେ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବି ଯେ, ଅର୍ଚ୍ଚନାଙ୍କ ମାଆ ସାବିତ୍ରୀ ଦେବୀଙ୍କୁ ଗାଁ ଲୋକ ଡାହାଣୀ ବୋଲି ଡାକୁଥିଲେ । ଅର୍ଚ୍ଚନାଙ୍କ ପତି ଶିବରାମ କ୍ୟାନସର ରୋଗରେ ପୀଡିତ ହୋଇ ମରି ଯାଇଥିଲେ । ଏହାର କିଛି ଦିନ ପରେ ସାପ କାମୁଡାରେ ସାନ ପୁଅ ବୁଦ୍ଧି ସିଂଙ୍କ ମୃତ୍ୟୁ ଘଟିଥିଲା । ତଥାପି ସେ ହାରି ନ ଥିଲେ । ବଡ ପୁଅ ରୋହିତ କୁମାରଙ୍କ କହିବା ଅନୁସାରେ.. ଆମ ଘରକୁ ଡାହାଣୀ ଘର ବୋଲି କହୁଥିଲେ । କରୋନା ସମୟରେ ରୋହିତ ଯାହା କିଛି ରୋଜଗାର କରୁଥିଲେ ତାହା ହରାଇଥିଲେ । ପୁଅକୁ ପାଠ ପଢ଼ିବା ପାଇଁ ସେ ସର୍ବଦା ଉତ୍ସାହିତ କରନ୍ତି । ଝିଅ ଭଲ କ୍ରିକେଟ ଖେଳୁଥିବା ଦେଖି ତାର ମନୋବଳ ବଢ଼ାଇଥାନ୍ତି । ଝିଅକୁ ଖେଳୁଥିବା ଦେଖି ଗାଁ ଲୋକ ହସିଥାନ୍ତି । ଡାହାଣୀର ଝିଅ ଆଉ କଣ କରିବ….?


ସମୟ ବଦଳିଯାଇଛି । ଘରେ ଥିବା ଗାଇ, ମଇଁଷିର କ୍ଷୀର ପିଇ ଦିନ କାଟିଥିବା ଅର୍ଚ୍ଚନା ଏବେ ଜାତୀୟ ଷ୍ଟାର । ସାରା ଭାରତରେ ସେ ପରିଚିତ । ଯେଉଁମାନେ ତାଙ୍କ ମାଆଙ୍କୁ ଡାହାଣୀ କହୁଥିଲେ, ସେମାନଙ୍କ ମୁହଁ ପୋଡି ଯାଇଛି । ମାଆ ଆଖିରୁ ଲୁହ ପୋଛି ପାରିଛନ୍ତି ଅର୍ଚ୍ଚନା । ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ଅର୍ଚ୍ଚନାଙ୍କ ଘରେ ଭର୍ତି ହୋଇଯାଇଥିଲେ ବନ୍ଧୁ ବାନ୍ଧବ । ଯେଉଁମାନେ ମୋ ମାଆଙ୍କୁ ଡାହାଣୀ ଡାକୁଥିଲେ ସେମାନଙ୍କ ଉପରେ କୌଣସି ପ୍ରକାରର ରାଗ ନ ରଖି ସେ ମିଠା ବାଂଟୁଥିଲେ । ସ୍କୁଲସ୍ତରୀୟ ମୁକାବିଲାରେ ଅର୍ଚ୍ଚନା ଭଲ କ୍ରିକେଟ ଖେଳି ପ୍ରଭାବିତ କରିଥିଲେ ।

ସେ ଏହା ବ୍ୟତୀତ ଅନ୍ୟ କୌଣସି କଥା ମୁଣ୍ଡରେ ପୂରାଇ ନ ଥିଲେ । ସ୍କୁଲ କୋଚ ପୂନମ ଗୁପ୍ତା ତାଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ସାଜିଥିଲେ । ଏହା ପରେ କୁଲଦୀପ ଯାଦବଙ୍କ କୋଚ କପିଳ ପାଣ୍ଡେ ତାଙ୍କୁ କାନପୁର ଡକାଇଥିଲେ । କାନପୁର କ୍ରିକେଟ ଆସୋସିଏଶନରେ ତାଙ୍କ ନାମ ତାଲିକାଭୁକ୍ତ କରିଥିଲେ । କୁଲଦୀପ ମଧ୍ୟ ଅର୍ଚ୍ଚନାଙ୍କୁ ବାରମ୍ବାର ପ୍ରୋତ୍ସାହିତ କରିଥାନ୍ତି । ଯେଉଁମାନେ ଅର୍ଚ୍ଚନାଙ୍କ ପରିବାର ପ୍ରତି ଏ ଭଳି ଅମାନବୀୟ କାର୍ଯ୍ୟ କରୁଥିଲେ ସେମାନେ ଏବେ କହିବେ କଣ ? ସାରା ଭାରତ ଏବେ ଅର୍ଚ୍ଚନା ଏବଂ ତାଙ୍କ ମାଆ ଉପରେ ଋଣୀ ।

Leave A Reply

Your email address will not be published.