Latest Odisha News

BREAKING NEWS

୨୬ ହଜାର ଆଇସକ୍ରିମ୍ ଷ୍ଟିକରେ ରଙ୍ଗୋଲି ଆଙ୍କି ରେକର୍ଡ କଲେ ମା’-ଝିଅ

ହିନ୍ଦୁ ଧର୍ମରେ ଘର ଅଗଣାରେ ରଙ୍ଗୋଲି କରିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ରଙ୍ଗୋଲି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର କଳାକୃତି ଯାହା ବିଭିନ୍ନ ରଙ୍ଗ ଏବଂ ଆକୃତିରେ ତିଆରି ହୋଇପାରିବ । ଆଜିକାଲି କୈାଣସି ବିଶେଷ ଉତ୍ସବରେ ସାଧାରଣତଃ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତି । ସାଧାରଣତଃ ରଙ୍ଗୋଲିରେ ସ୍ୱସ୍ତିକ, ପଦ୍ମ ଫୁଲ କିମ୍ବା ଭଗବାନ ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଥାଏ  । କିନ୍ତୁ କିଛି ଲୋକ ଏହି ଚିତ୍ରକଳାକୁ ବିଭିନ୍ନ ଉପାୟରେ ବନାନ୍ତି ।

ସିଙ୍ଗାପୁରର ଜଣେ ଭାରତୀୟ ମହିଳା ସୁଧା ରବି ଏବଂ ତାଙ୍କ ଝିଅ ମିଶି ପ୍ରାୟ ୨୬,୦୦୦ ଆଇସ୍କ୍ରିମ୍ ଷ୍ଟିକ୍ ବ୍ୟବହାର କରି ଏକ ରଙ୍ଗୋଲି ତିଆରି କରିଛନ୍ତି । ଏହି ରଙ୍ଗୋଲି  ସିଙ୍ଗାପୁର ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ସେଥିରେ ତାମିଲ ବିଦ୍ୱାନ ଓ କବିମାନଙ୍କର ଚିତ୍ର ଅଙ୍କା ହୋଇଛି ।

ଏହାପୂର୍ବରୁ ସୁଧା ୨୦୧୬ରେ ୩୨,୦୦୦  ବର୍ଗଫୁଟର ଏକ ରେଙ୍ଗୋଲି ତିଆରି କରି ରେକର୍ଡ ବୁକରେ ନିଜ ନାମ ପଞ୍ଜୀକୃତ କରିଥିଲେ । ଗତ ସପ୍ତାହରେ, ଲିଟିଲ ଇଣ୍ଡିଆ କ୍ୟାମ୍ପସରେ ଚାଲିଥିବା ପୋଙ୍ଗଲ ମହୋତ୍ସବ ଅବସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ତାଙ୍କ ଝିଅ ରକ୍ଷିତାଙ୍କ ସହ ଏକ ଚମତ୍କାର ରଙ୍ଗୋଲି ବନାଇ ଥିଲେ । ଏହି କାର୍ଯ୍ୟକ୍ରମ ‘କଳାମଞ୍ଜରୀ’ ଦ୍ୱାରା ଆୟୋଜିତ ହୋଇଥିଲା।


ଏହି ରଙ୍ଗୋଲି ତିଆରି କରିବାକୁ ପ୍ରାୟ ଏକ ମାସ ସମୟ ଲାଗିଥିଲା, ଯେଉଁଥିରେ ପ୍ରସିଦ୍ଧ ତାମିଲ ପଣ୍ଡିତ-କବି ତିରୁବଲ୍ଲୁବର,ଅବୈୟାର, ଭାରଥିୟାର ଏବଂ ଭାରତୀଦାସାନଙ୍କ ଚିତ୍ର ଦେଖିବାକୁ ମିଳିଛି । ଏହି ଚିତ୍ରକଳାରେ ତାମିଲ ସାଂସ୍କୃତିକ ସଂଗଠନ ‘କଳାମଞ୍ଜରୀ’କୁ ବହୁତ ଭଲ ଭାବରେ ଚିତ୍ରଣ କରାଯାଇଥିଲା​​ ।

ସୁଧା ସାଧାରଣତଃ ରଙ୍ଗୋଲି ତିଆରି କରିବା ପାଇଁ ଚାଉଳ ମଇଦା, ଚକ ଏବଂ ଚପଷ୍ଟିକ୍ ବ୍ୟବହାର କରୁଥିଲେ, କିନ୍ତୁ ଏଥର ସେ ଆଇସକ୍ରିମ୍ ଷ୍ଟିକର ବ୍ୟବହାର କରିଛନ୍ତି, ଯାହା ପ୍ରକୃତରେ ପ୍ରଶଂସନୀୟ ।

Leave A Reply

Your email address will not be published.