Latest Odisha News

BREAKING NEWS

ଶସ୍ତାରେ ମିଳୁଛି କାଜୁ : କିଲୋ ପିଛା ୩୦

ଜାମତରା : ଆପଣମାନେ ଜାଣିଥିବେ କାଜୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆଉ ଏହାକୁ ପିଲାଠୁ ବୃଦ୍ଧା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ଏହାର ଦାମ୍‌ ବଜାରରେ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ଧନୀ ଲୋକମାନେ ଏହାକୁ କିଣିପାରୁଥିବା ବେଳେ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଏହା କଷ୍ଟକର।

ତେବେ ଆପଣମାନେ ଜାଣିଛନ୍ତି କି ଭାରତରେ ଏମିତି ଏକ ସହର ଅଛି ଯେଉଁଠି କାଜୁର ମୂଲ୍ୟ ବହୁତ ଶସ୍ତା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା, ହେଲେ ହଁ ଦର୍ଶକ ବନ୍ଧୁ ଏହା  ଆଶ୍ଚର୍ଯ୍ୟ ଲାଗିଲେବି ସତ  । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଝାଡ଼ଖଣ୍ଡର ଜାମତରା ସହର । ଏହାକୁ ଝାଡ଼ଖଣ୍ଡର କାଜୁ ସହର ବୋଲି କୁହାଯାଏ। ଏଠାରେ  କାଜୁ କେଜି ପିଛା ମାତ୍ର ୩୦ରୁ ୪୦ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହୋଇଥାଏ। ଆଉ ଏଠାରେ ଯେତିକି କାଜୁ ଗଛ ଅଛି ଅନ୍ୟ କେଉଁସ୍ଥାନରେ ନାହିଁ। କେବଳ ଏତିକି ନୁହେଁ ଏଠାରେ ପ୍ରତିବର୍ଷ ହଜାରେ ଟନ୍‌ କାଜୁ ବାଦାମ ଉତ୍ପାଦିତ ହୁଏ। ଏଠାକାର ଲୋକେ ରାସ୍ତାକଡ଼ରେ କେଜି ପିଛା ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି।

ଏଠି କୃଷକମାନଙ୍କର ଚାଷ କରିବା ପାଇଁ ଅଧିକ ସୁବିଧା ନାହିଁ, ତଥାପି କୃଷକମାନେ ଏହି ଚାଷରେ ଖୁସି ଥିବା ଜଣାପଡ଼ିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ଚଳିତ ବର୍ଷ ପ୍ରାୟ ୫୦ହଜାର କାଜୁ ଗଛ ଲଗାଇବାକୁ ଯୋଜନା କରିଛନ୍ତି।

 

Leave A Reply

Your email address will not be published.