Latest Odisha News

BREAKING NEWS

ଫିଫା ମହିଳା ବିଶ୍ୱକପ: ଉଦଘାଟନୀ ମ୍ୟାଚର ଭେନ୍ୟୁ ବଦଳିଲା

ମେଲବୋର୍ଣ୍ଣ: ଫିଫା ମହିଳା ବିଶ୍ୱକପର ଉଦଘାଟନୀ ମୁକାବିଲାର ଭେନ୍ୟୁ ବଦଳା ଯାଇଛି । ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ମଧ୍ୟରେ ଏହି ମ୍ୟାଚ ପ୍ରଥମେ ନ୍ୟୁ ଆଲିଏଞ୍ଜ ଷ୍ଟାଡିୟମରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା । ଏହାର ଦର୍ଶକ କ୍ଷମତା ୪୨,୫୦୦ ଥିଲେ ମଧ୍ୟ ଏହି ମ୍ୟାଚ ପ୍ରତି ଫୁଟବଲପ୍ରେମୀଙ୍କ ଅଧିକ ଉତ୍କଣ୍ଠା ଦେଖି ଭେନ୍ୟୁ ବଦଳାଯାଇଛି । ଏବେ ଏହା ଅଷ୍ଟ୍ରେଲିଆରେ ଖେଳାଯିବ । ଏହାର ଦର୍ଶକ କ୍ଷମତା ୮୨୦୦୦ରୁ ଅଧିକ ରହିଛି । ଜୁଲାଇ ୨୦ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବିଶ୍ୱକପ ଆୟୋଜିତ ହେବ ।

ପ୍ରଥମ ଦିବସରେ ନ୍ୟୁଜିଲାଣ୍ଡ ଓ ନରୱେ ଏବଂ ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ ହେବ । ଫିଫା ବିଶ୍ୱକପ ଆୟୋଜକର ମୂଖ୍ୟ ଅଧିକାରୀ ସରାଇ ବେୟାରମ୍ୟାନ କହିଛନ୍ତି ଉଦଘାଟନୀ ଦିବସରେ ଅଷ୍ଟ୍ରେଲିଆରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫୁଟବଲପ୍ରେମୀ ମ୍ୟାଚ ଉପଭୋଗ କରିବେ । ଅଷ୍ଟ୍ରେଲିଆ ଖୁବ ଶୀଘ୍ର ଫୁଟବଲମୟ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

Comments are closed.