Latest Odisha News

ଯୁବ ଏବଂ ଖେଳ ମନ୍ତ୍ରଣାଳୟ ପାଇଁ ଆଖିଦୃଶିଆ ବଜେଟ

ନୂଆଦିଲ୍ଲୀ: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ବୁଧବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ କରାଯାଇଛି । ୨୦୨୨ରେ ଏ ବାବଦକୁ ୨୬୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଖେଲୋ ଇଣ୍ଡିଆ ବଜେଟରେ ମଧ୍ୟ ୪୦୦ କୋଟି ଟଙ୍କାର ବୃଦ୍ଧି କରାଯିବା ଫଳରେ ଏହା ୧୦୦୦ କୋଟିକୁ ଛୁଇଁଛି । ଜମ୍ମୁ ଏବଂ କଶ୍ମୀରରେ କ୍ରୀଡାର ବିକାଶ ପାଇଁ ୧୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ରାଷ୍ଟ୍ରୀୟ ଖେଳ ବିଶ୍ୱବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କା ଦିଆଯାଇଛି ।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ । ସେଥିପାଇଁ ସରକାର ବଜେଟ ମାଧ୍ୟମରେ ସମସ୍ତ ସ୍ତରର ବ୍ୟକ୍ତିଙ୍କୁ ଛୁଇଁବାକୁ ଚେଷ୍ଟା କରିଛନ୍ତି । ଭାରତୀୟ କ୍ରୀଡାର ଦ୍ରୁତ ବିକାଶ ହେଉଥିବାରୁ ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 

Comments are closed.