ଭୁବନେଶ୍ୱର: ଲୋକଙ୍କ ବିପତ୍ତି ସମୟରେ ଛିଡା ହୋଇଥାଏ ‘ଓଡ଼ିଶା ଅଗ୍ନିଶମ ସେବା’ ବା ଦମକଳ ବାହିନୀ। ଏବେ ଏହି ଓଡ଼ିଶା ଅଗ୍ନିଶମ ସେବାର ନାମ ପରିବର୍ତ୍ତନ ହୋଇଛି। ନୂଆ ନାମ ଭାବେ ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ରଖାଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।
ଅଗ୍ନିକାଣ୍ଡ ହେଉ ଅବା ଦୁର୍ଘଟଣା, ବନ୍ୟା ବାତ୍ୟା ଆଦି ଜରୁରୀକାଳୀନ ସମୟରେ ଓଡ଼ିଶାରେ ଅଗ୍ନିଶମ ବାହିନୀର କାମ ପ୍ରଶଂସଯୋଗ୍ୟ। ଏପରି ସ୍ଥିତିରେ ଅଗ୍ନିଶମ ସେବା ବଦଳରେ ଜରୁରୀକାଳୀନ ସେବା ଲଗାଇବା ନେଇ ପ୍ରସ୍ତାବ ଆସିଥିଲେ। ଯାହାକୁ ରାଜ୍ୟ ସରକାର ବିଚାର କରି ନୂଆ ନାମ ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ରଖିଛନ୍ତି।

Comments are closed.