Latest Odisha News

ଅଷ୍ଟ୍ରେଲିଆ ମୁଦ୍ରାରୁ ହଟିବ ବ୍ରିଟେନ ରାଜପରିବାରର ଚିହ୍ନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଏଥର ସେମାନଙ୍କ ମୁଦ୍ରାରୁ ବ୍ରିଟେନ ରାଜପରିବାରର ସମସ୍ତ ଚିହ୍ନ ହଟେଇବା ପାଇଁ ନିଷ୍ପତି ନେଇଛି । ଗୁରୁବାର ଏ ନେଇ ଘୋଷଣା କରାଯାଇଛି । ରାଣୀ ଏଲିଜାବେଥ-୨ଙ୍କ ଫଟୋ ଅଷ୍ଟ୍ରେଲିଆରେ ୫ ଡଲାର ନୋଟରେ ରହିଥିଲା । ତାଙ୍କ ମୃତ୍ୟୁ ପରେ କିଙ୍ଗସ ଚାର୍ଲସଙ୍କ ଫଟୋ ରହିବା କଥା । ମାତ୍ର ଅଷ୍ଟ୍ରେଲିଆ ସେଂଟ୍ରାଲ ବ୍ୟାଙ୍କ ସରକାରଙ୍କ ପରାମର୍ଶ କ୍ରମେ ଏହି ପାରମ୍ପାରିକ ପ୍ରଥା ବନ୍ଦ କରିବା ପାଇଁ ନିଷ୍ପତି ନେଇଛି । ୧୦୦ ବର୍ଷ ପରେ ଏହି ପରମ୍ପରା ଭାଙ୍ଗିବ । ବ୍ରିଟେନର ରାଜପରିବାର ବଦଳରେ ଅଷ୍ଟ୍ରେଲିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ଏଥିରେ ସ୍ଥାନ ଦିଆଯିବ ବୋଲି କୁହାଯାଇଛି ।

ନୂତନ ନୋଟରେ ଅଷ୍ଟ୍ରେଲିଆର ସଭ୍ୟତା, ପରମ୍ପରାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ୧୯୯୯ରେ ଏ ନେଇ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା । ରିପୋର୍ଟ ମୁତାବକ ସ୍ଥାନୀୟ ନାଗରିକ ମଧ୍ୟ ବ୍ରିଟେନର ପ୍ରଭୂତ୍ୱକୁ ନେଇ ଆଗ୍ରହ ପ୍ରକାଶ କରୁ ନାହାନ୍ତି ।

Leave A Reply

Your email address will not be published.