Latest Odisha News

BREAKING NEWS

ପୁଣି ଫେରିଲା ଶୀତ: ଜାଡ଼ରେ ଥରିଲା ଫୁଲବାଣୀ

ଫୁଲବାଣୀ: ପୁଣି ଫେରିଲା ଶୀତ। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଶୀତ ବଢ଼ିଛି। ଯଦିଓ ଉପକୂଳ ଓଡ଼ିଶାରେ ଶୀତର ଲହରି କମ୍ ରହିଛି ତେବେ ଫୁଲବାଣୀ, କନ୍ଧମାଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଉଛି। ରାତି ୮ରୁ ଥଣ୍ଡାପଡ଼ିବା ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଓଡ଼ିଶାର କନ୍ଧମାଳ ଓ ଫୁଲବାଣୀରେ ସର୍ବାଧିକ ଅଧିକ ଶୀତ ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ତାପମାତ୍ରା ସର୍ବନିମ୍ନ ୩.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ଼ କରାଯାଇଛି। ଗତକାଲି ସହରର ତାପମାତ୍ରା ୭.୬ ଡିଗ୍ରି ଥିବା ବେଳେ ଦିନକରେ ଏହା ୪.୪ଡିଗ୍ରି ତଳକୁ ଆସିଛି।

ସେହିପରି ଫୁଲବାଣୀରେ ଆଜି ସକାଳୁ ସର୍ବନିମ୍ନ ତାପମାତ୍ର ୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲ୍‌ସିୟସ ରହିଛି।

ଅନ୍ୟପଟେ ଉପକୂଳ ଓଡ଼ିଶାରେ ବିଶେଷ ଥଣ୍ଡା ଅନୁଭୂତ ନହେଉଥିଲେ ବି ରାତି ୧୧ଟା ପରେ ସାମାନ୍ୟ ଥଣ୍ଡା ଅନୁଭୂତ ରହୁଛି। କାକର ଓ ଥଣ୍ଡା ପବନ ତାପମାତ୍ରାକୁ ତଳକୁ ନେଉଛି। ସେହିପରି ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ରାତିରେ ୭ ଟା ପରେ ଥଣ୍ଡା ଅନୁଭତ ହେଉଛି।

Comments are closed.