Latest Odisha News

BREAKING NEWS

ବାଲ୍ୟବିବାହକୁ ମନା,୨ ଦିନରେ ଗିରଫ ହେଲେଣି୨ ହଜାରରୁ ଅଧିକ ଲୋକ

ଗୌହାଟୀ: ଆଉ ହେବନି ବାଲ୍ୟବିବାହ । ଦୁଇଦିନ ମଧ୍ୟରେ ଗିରଫ ହେଲେଣି ୨ହଜାରରୁ ଅଧିକ ଲୋକ  । ଆସାମରେ ବାଲ୍ୟ ବିବାହ ପ୍ରଥା ବନ୍ଦ କରିବାକୁ ଆସାମ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଆଉ ବାଲ୍ୟବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି।

ଧୁବ୍ରିରେ ଆଜି ଅଶାନ୍ତ ସ୍ଥିତି ଦେଖିବାକୁ ମିଳିଛି।ପୋଲିସ ୪,୦୦୪ ମାମଲା ରୁଜୁ କରି ଆସାମରେ ୨ ଦିନ ମଧ୍ୟରେ ୨,୨୫୭ରୁ ଅଧିକ ଲୋକଙ୍କୁ  ଗିରଫ କରିଛି। ମହିଳାମାନେ ସେମାନଙ୍କ ସ୍ବାମୀ ଏବଂ ପୁଅକୁ ଗିରଫ କରିବାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ପରିବାରର ରୋଜଗାରିଆ ପୁଅ ଗିରଫ ହେଲେ ପରିବାର କିଭଳି ଚଳିବ ବୋଲି ପ୍ରଶ୍ନ କରିଛନ୍ତି ମହିଳାମାନେ । ତେବେ ତମରା ଥାନା ଆଗରେ ଆଜି ୧ ହଜାରରୁ ଅଧିକ ମହିଳା ରୁଣ୍ଡ ହୋଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୁକ୍ତ କରିବାପାଇଁ ଦାବି କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଥିଲା।

ତେବେ ପୋଲିସ କହିବା ଅନୁଯାୟୀ, ଆମ ପାଖରେ ୮ ହଜାର ଅଭିଯୁକ୍ତଙ୍କର ଏକ ତାଲିକା ରହିଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ତେବେ ବିବାହ କରାଇଥିବା ୫୧ ପୁରୋହିତ ଏବଂ କାଜିଙ୍କୁ ଗିରଫ କରିଛି ପୋଲିସ। ଅନ୍ୟପକ୍ଷରେ ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି।

ପୁରୁଷମାନଙ୍କୁ ଗିରଫ କରାଯାଉ ଥିବାରୁ ସେମାନଙ୍କ ପତ୍ନୀମାନେ ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ କଥା ବୁଝିବ କିଏ ବୋଲି ଅୱେସି ପ୍ରଶ୍ନ କରିଛନ୍ତି।ହେଲେ ଏଯାବତ୍‌ ଏହି ପ୍ରଶ୍ନର ଉତ୍ତରରେ କୌଣସି ପ୍ରତିକ୍ରିୟା ମିଳିପାରିନି  । ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା  କହିଛନ୍ତି ଯେ ୩୧ ପ୍ରତିଶତ ନାବାଳିକାର ବାଲ୍ୟବିବାହ କରାଯାଇଛି  । ତେବେ ଆଗକୁ ଆସାମରେ ବାଲ୍ୟବିବାହ ରୋକିବାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କେତେ ସଫଳ ହେବେ ତାହା ଦେଖିବାକୁ ବାକି ରହିଲା  ।

Leave A Reply

Your email address will not be published.