Latest Odisha News

BREAKING NEWS

ପାସ୍ ହେଲା ‘ତିନି ତଲାକ୍’ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ପରିଶେଷରେ ମଙ୍ଗଳବାର ଦିନ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି ।

ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ । ଯଦି କେହି ମୁସଲିମ୍ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ୍ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ । ଏପରିକି ପୋଲିସ ବିନା ୱାରେଣ୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗରିଫ କରିପାରିବା ସହ ତାଙ୍କୁ ୩ ବର୍ଷ ଯାଏଁ ଜେଲ୍ ଦଣ୍ଡ ମିଳିପାରିବ ବୋଲି ସୁତ୍ରରୁ ପ୍ରକାଶ ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

 

ସୂଚନାଯୋଗ୍ୟ, ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ତିନି ତଲାକ୍ ବିଲକୁ ବିଜେଡି ସମର୍ଥନ ଦେବ ବୋଲି ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେହେତୁ ଲୋକସଭାରେ ବିଜେପି ସରକାରଙ୍କ ସଂଖ୍ୟା ଗରିଷ୍ଠତା ରହିଥିବା ହେତୁ ବିଲଟି ଲୋକସଭାରେ ପାରିତ ହୋଇସାରିଛି । କିନ୍ତୁ ଏହି ବିଲଟି ରାଜ୍ୟସଭାରେ ଆଜି ଆଗତ ହେବାକୁ ଥିବାବେଳେ ସହଯୋଗୀ ଦଳ ଜେଡିୟୁ ମଧ୍ୟ ବିଲ୍ ବିପକ୍ଷରେ ଭୋଟ୍ ଦେବ ବୋଲି ସମ୍ୟକ୍ ସୂଚନା ମିଳିଛି । ଏହି ବିଲରେ ଏକକାଳୀନ ଜଣେ ମୁସଲିମ୍ ମହିଳାଙ୍କୁ ସ୍ୱାମୀ ଜଣକ ୩ଥର ତଲାକ କହି ଛାଡପତ୍ର ଦେବାକୁ ଏକ ଅପରାଧ ବୋଲି କୁହାଯାଉଛି । ବିଲରେ ଦୋଷୀଙ୍କୁ ୩ବର୍ଷ ଯାଏଁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.