Latest Odisha News

ସୋଆରେ ସିଆଇଆଇ ସମ୍ମିଳନୀ: ମାନବ ସମ୍ବଳର ଭୂମିକା ନେଇ ଆଲୋଚନା

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାର ଭୂମିକା ବୌଦ୍ଧିକ ପରିଚାଳନା ଠାରୁ ପରିବର୍ଦ୍ଧିତ ହୋଇ ସମୂହ କାର୍ଯ୍ୟ ପରିଚାଳନା ଉପରେ କେନ୍ଦ୍ରୀଭୂତ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୂଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି ।

ସୋଆରେ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଆୟୋଜିତ “ମାନବ ସମ୍ବଳ କ୍ଷେତ୍ରରେ ବ୍ୟାଘାତ ଏବଂ ଉଦ୍ଭାବନ” ଶୀର୍ଷକ ହ୍ୟୁମ୍ୟାନ୍ କ୍ୟାପିଟାଲ୍ କନକ୍ଲେଭରେ ଯୋଗ ଦେଇ ପ୍ରଫେସର ବାନାର୍ଜୀ କହିଛନ୍ତି କାର୍ଯ୍ୟଧାରାକୁ କ୍ରୀୟାଶୀଳ କରିବାକୁ ହେଲେ ସ୍ୱାସ୍ଥ୍ୟଗତ ଏବଂ ମାନସିକ ସ୍ଥିତି ଉପରେ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି ।

ପ୍ରଫେସର ବାନାର୍ଜୀ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ କ୍ଲାଉଡ୍ ବେସ୍ଡ ପ୍ରୋଟୋକଲ୍ର ବ୍ୟବହାର ଏବଂ ନିୟମିତ କାର୍ଯ୍ୟପ୍ରକ୍ରିୟାର ଯାଂଚ କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି । ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଏବଂ ଭର୍ଚୁଆଲ୍ ରିଆଲିଟି ସମ୍ପର୍କରେ ଆଲୋଚନା କରି ଏଭଳି ମତ ଦେଇଛନ୍ତି ପ୍ରଫେସର ବାନାର୍ଜୀ ।

ଆୟୋଜିତ ସମ୍ମିଳନୀରେ ଶିଳ୍ପ କ୍ଷେତ୍ରରୁ ପ୍ରାୟ ୧୫୦ପେସାଦାର ବ୍ୟକ୍ତି ଯୋଗ ଦେଇଥିବା ବେଳେ ଡିଜିଟାଲ୍ ଯୁଗରେ ମାନବ ସମ୍ବଳ ବ୍ୟବହାର ସମ୍ପର୍କରେ ନିଜର ମତ ରଖିଛନ୍ତି ।

ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ୍ କାଉନ୍ସିଲ୍ର ଅଧ୍ୟକ୍ଷ ତଥା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ମହାପାତ୍ର କହିଥିଲେ ଯେ ପରିବର୍ତନଶୀଳ ସମୟ ସହିତ ମାନବ ସମ୍ବଳ ପେସାଦାର ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ପଡ଼ିବ । ଏହି ସମ୍ମିଳନୀରେ ସେ ମୁଖ୍ୟତଃ ମାନବ ସମ୍ବଳ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା ।

ପ୍ରଥମ ପ୍ୟାନେଲ୍ ଆଲୋଚନା “ଟେକ୍ନୋଲୋଜିକାଲ୍ ଡିସ୍ରପ୍ସନ୍ ଆଣ୍ଡ ଅର୍ଗାନାଇଜେସ୍ନାଲ୍ କମ୍ୟୁନିକେସନ୍’ ସମ୍ପର୍କରେ ରଖାଯାଇଥିବା ବେଳେ ଏଥିରେ କଳିଙ୍ଗନଗର ଟାଟା ଷ୍ଟିଲ୍ର ଏଚ୍ଆର୍ଏମ୍ ମୁଖ୍ୟ ଶ୍ରୀ ଇମ୍ଦାଦ ଅଲ୍ଲୀ, ମାଙ୍ଗାନିଜ୍ ଓର୍ ଇଣ୍ଡିଆ ଲିମିଟେଡ୍ର ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀମତି ଉଷା ସିଂହ, ସିମେନ୍ସ ଇଣ୍ଡିଆ ଲିମିଟେଡ୍ର ଉପସଭାପତି ଶ୍ରୀ ସତୀଶ ମହାପାତ୍ର ଏବଂ କିଟ୍ ଡିମ୍ଡ ଟୁ ବି ୟୁନିଭର୍ସିଟିର ଡିନ୍ ପ୍ରଫେସର ସତ୍ୟପ୍ରକାଶ ମିଶ୍ର ନିଜର ମତ ରଖିଥିଲେ ।

ପ୍ୟାନେଲିଷ୍ଟମାନେ ଜୀବନ କ୍ଷେତ୍ରରେ ବ୍ୟବସାୟିକ ପରିସ୍ଥିତି ଏବଂ ନିଯୁକ୍ତି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାରେ ଆନାଲିଟିକ୍ସର ବ୍ୟବହାର , ଇଣ୍ଡକ୍ସନ୍ ପ୍ରୋଗ୍ରାମ୍ ଏବଂ ସାମଗ୍ରୀକ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ ।

ଦ୍ୱିତୀୟ ପ୍ୟାନେଲ୍ ଆଲୋଚନାରେ ସିଆଇଆଇ ଓଡ଼ିଶା କନ୍ଭେନର୍ ତଥା ନାଲ୍କୋର ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀ ବି.କେ. ଠାକୁର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ରଜିତା କୁଲ୍କର୍ଣ୍ଣି, ଜେଏସ୍ଡବ୍ଲୁ ଉକ୍ରଳ ଷ୍ଟିଲ୍ ଲିମିଟେଡ୍ର ଉପସଭାପତି (ମାନବ ସମ୍ବଳ) କ୍ୟାପ୍ଟେନ୍ ରାଜେସ୍ କୁମାର ରାୟ, ଇନ୍ଫୋସିସ୍ର ବିଜିନେସ୍ ମ୍ୟାନେଜର (ମାନବ ସମ୍ବଳ) ଶ୍ରୀମତି ବବି ପଟ୍ଟନାୟକ ଏବଂ ଟାଟା ଷ୍ଟିଲ୍ ପ୍ରୋସେସିଙ୍ଗ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ସିନିୟର ଜେନେରାଲ୍ ମ୍ୟାନେଜର (ଏଚ୍ଆର୍ଏମ୍ ଆଣ୍ଡ ସେଫ୍ଟି ) ଶ୍ରୀ ପି.କେ. ସାହୁ ନିଜର ମତ ରଖିଥିଲେ ।

ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟତଃ କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ଖୁସି ଏବଂ ସେମାନେ ଆନନ୍ଦିତ ରହିବା ବର୍ତ୍ତମାନ ସମୟରେ କିଭଳି ଅନୁଷ୍ଠାନ ପାଇଁ ଗୁରୁତ୍ୱ ବହନ କରେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.