Latest Odisha News

BREAKING NEWS

୨୦୦୪-୨୦୧୪ ବିଫଳ ଦଶନ୍ଧୀ ଥିଲା: ସବୁ ସୁଯୋଗକୁ କଂଗ୍ରେସ ବିପଦରେ ପରିଣତ କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦରେ ଭାଷଣ ବେଳେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ବିଫଳତାର ଦଶନ୍ଧୀ ଥିଲା ବୋଲି ମୋଦୀ କହିଛନ୍ତି। କଂଗ୍ରେସ ସରକାର ସମୟରେ ଆସିଥିବା ପ୍ରତି ସୁଯୋଗକୁ ଦଳ ବିପଦରେ ପରିଣତକ କରିଦେଇଛି। ହେଲେ ଆଜି ସାରା ବିଶ୍ୱ ଭାରତର ପ୍ରତିଭା ଦେଖୁଛି ବୋଲି କହିଛନ୍ତି ମୋଦୀ। କମନ ୱେଲ୍ଥ ଗେମ୍‌ ସ୍କାନ୍କୁ ନେଇ ମଧ୍ୟ ମୋଦୀ କଂଗ୍ରେସକୁ ବ୍ୟାଙ୍ଗ କରିଛନ୍ତି।

ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ ଦଳ ପ୍ରତି ସୁଯୋଗକୁ ବିପଦରେ ପରିଣତ କରିଛି। ଦିନେ କଂଗ୍ରେସର ଏହା ପରିଚୟ ହୋଇଯାଇଥିଲା। ହେଲେ ଆଜି ଦେଶର ସାମର୍ଥ୍ୟ ବାହାରକୁ ଆସିଛି। ସାରା ବିଶ୍ୱ  ଆଜି ଭାରତ ପ୍ରତିଭା ଦେଖୁଛି ବୋଲି ମୋଦୀ କହିଛନ୍ତି।

ସେହିପରି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନେଇ ମୋଦୀ କହିଛନ୍ତି ଯେ ସିଡବ୍ଲୁଜି ଭାରତ ପାଖରେ ପ୍ରତିଭା ଦେଖାଇବାର ସାମର୍ଥ୍ୟ ଥିଲା ହେଲେ ଏହି ସୁଯୋଗକୁ କଂଗ୍ରେସ ପୁଣି ବିପଦରେ ପରିଣତ କରିଦେଲା।  ସିଡବ୍ଲୁଜି ଭ୍ରଷ୍ଟାଚାରେ ଦଳ ଫସିଗଲା।

ସେହିପରି କଂଗ୍ରେସ ଶାସନ ସମୟରେ ଦୁର୍ନୀତି ଓ ଅପାରଗତା ଯୋଗୁ ପୂରା ଦଶନ୍ଧୀ ବିଫଳତା ଦଶନ୍ଧୀ ହୋଇଗଲା ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଲୋକେ ସବୁବେଳେ ମନେ ରଖିବେ ଯେ ୨୦୧୪ ପୂର୍ବର ଦଶନ୍ଧୀ ଏକ ଲଷ୍ଟ ଡିକେଡ୍ । ଏକଥାକୁ ଲୋକେ ଅସ୍ୱୀକାର କରିବେ ନାହିଁ ଯେ ୨୦୩୦ ଦଶନ୍ଧୀ ଭାରତର ଦଶନ୍ଧୀ ହେବ।

ବିଜେପି ସରକାର ସଫଳତା ଦେଖାଇ ମୋଦୀ କହିଛନ୍ତି “ବର୍ତ୍ତମାନ ସାରା ବିଶ୍ୱ ଭାରତକୁ ଏକ ସକ୍ରିୟ ଆଶା ଓ ବିଶ୍ୱାସ ନେଇ ଦେଖୁଛି। ଖୁସୀର କଥା ଯେ ଆଜି ଭାରତକୁ ଜ-୨୦ର ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ଏହା ଦେଶ ପାଇଁ ଓ ୧୪୦ ଭାରତୀୟଙ୍କ ପାଇଁ ଗର୍ବର କଥା। କିନ୍ତୁ ଏହି ସଫଳତା କିଛି ଲୋକଙ୍କୁ ବାଧୁଛି।”

ମୋଦୀଙ୍କ ଭାଷଣ ବେଳେ ବିରୋଧୀ ଦଳର ନେତାମାନେ ନାରାବାଜୀ କରିଥିଲେ। କିଛି ସାଂସଦ ଗୃହ ତ୍ୟାଗ କରିଥିବାର ଦେଖିବାକୁ ମିଳିଥିଲା।

Comments are closed.