Latest Odisha News

BREAKING NEWS

ସଂସଦରେ ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରା ପଡ଼ିଲେ ସାଂସଦ, ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସଂସଦରେ ବିତର୍କ ଚାଲିଥିଲା କିନ୍ତୁ ସାଂସଦ ମହାଶୟ ଅଶ୍ଲୀଳ ଭିଡିଓ ଦେଖିବାରେ ବ୍ୟସ୍ତ ଥିଲେ । ଆଉ ଯାହା କ୍ୟାମେରାରେ କଏଦ ପରେ ସାଂସଦଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଇସ୍ତଫା ଦେବା ସହ ସାଂସଦ ଜଣଙ୍କୁ ଅନ୍ୟ ସାଥୀ ସାଂସଦଙ୍କ ଠାରୁ କଡ଼ା ସମାଲୋଚନା ଶୁଣିଛନ୍ତି ।

ଏ ଘଟଣା ହେଉଛି ସର୍ବିଆ ସଂସଦର । ଖବର ଅନୁସାରେ, ସର୍ବିଆ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ସେହି ସମୟରେ ସର୍ବିଆ ସୋସିଆଲିଷ୍ଟ ପାର୍ଟିର ସାଂସଦ ଜ୍ୟୋନିମିର ଷ୍ଟିଭିକ୍ ସଂସଦରେ ଅଶ୍ଲୀଳ ଭିଡିଓ ଦେଖୁଥିଲେ । ଯାହାକି କ୍ୟାମେରାରେ କଏଦ ହେବା ସହ ବେଶ୍ ଭାଇରାଲ୍ ହୋଇଥିଲା ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଷ୍ଟିଭିକ୍ ସର୍ବିଆ ସଂସଦର କମିଟି ଫର୍ କୋସୋଭୋର ଅଧ୍ୟକ୍ଷ ଏବଂ ଘଟଣା ଦିନ କୋସୋଭୋର ଭବିଷ୍ୟତ ଉପରେ ଆଲୋଚନା ହେଉଥିଲା । କିନ୍ତୁ ଚର୍ଚ୍ଚା ଚାଲିଥିବା ବେଳେ ଷ୍ଟିଭିକ୍ ଅଶ୍ଲୀଳ ଭିଡିଓ ଦେଖି ଧରା ପଡ଼ିଥିଲେ । ଯାହା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

ଏଭଳି ଘଟଣା ପ୍ରଥମ ଥର ଲାଗି ଘଟିନାହିଁ । ଏହା ପୂର୍ବରୁ ଗତବର୍ଷ ଏପ୍ରିଲରେ ବ୍ରିଟିଶ ସାଂସଦ ନୀଲ ପ୍ୟାରିସ୍ ଫୋନରେ ଅଶ୍ଲୀଳ ଭିଡିଓ ଦେଖୁଥିବା ଧରା ପଡ଼ିବା ପରେ ନିଲମ୍ବିତ ହୋଇଥିଲେ ।

Leave A Reply

Your email address will not be published.