ସ୍ଲିମ୍ ରହିବାକୁ କିଏ ବା ପସନ୍ଦ ନ କରେ । ଖାସ୍କରି ବର୍ତ୍ତମାନ ସମୟରେ ସ୍ଲିମ୍ ବା ପତଳା ରହିବା ଫେଶନ ପାଲଟିଗଲାଣି । ସେଥିପାଇଁ ବୟସ ଓ ବର୍ଗ ନିର୍ବିଶେଷରେ ସମସ୍ତେ ସ୍ଲିମ ରହିବାକୁ ପସନ୍ଦ କରିଥାନ୍ତି । ଯଦି କାହାର ମେଦବହୁଳତା ଦେଖାଦିଏ ସେ ଚିନ୍ତିତ ହୋଇପଡ଼ିବା ସ୍ୱାଭାବିକ । ଅନେକ ସମୟରେ ଦେଖାଯାଏ ଏଥିରୁ ମୁକ୍ତି ପାଇବା ପାଇଁ ନିଜ ନିଜ ସୁବିଧା ଅନୁସାରେ ଅନେକ ଚେଷ୍ଟା ମଧ୍ୟ କରିଥାନ୍ତି । କିନ୍ତୁ ନ୍ୟୁୟର୍କରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜର ଓଜନ କମାଇବାକୁ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ଅବଶ୍ୟ ଏହି ବ୍ୟକ୍ତିଜଣକ ନିଜ ଉଦ୍ୟମରେ ସଫଳ ମଧ୍ୟ ହୋଇଛନ୍ତି । କିନ୍ତୁ ନିଜର ଓଜନ ଏତେ କମାଇ ଦେଇପାରିଛନ୍ତି ଯେ, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ବ୍ୟକ୍ତି ଜଣକ ହେଲେ ଡ଼୍ରୁ ଆଣ୍ଡରସନ ।
ନ୍ୟୁୟର୍କରେ ରୁହନ୍ତି ଡ଼୍ରୁ ଆଣ୍ଡରସନ । ବୟସ ବଢିବା ସହ ତାଙ୍କର ଓଜନ ବି ବଢିବାକୁ ଲାଗିଲା । ଆଉ ଏମିତି ବଢିଲା ଯେ ସେ ଉଠି ବସି ପାରିଲେ ନାହିଁ । ଚାହୁଁ ଚାହୁଁ ତାଙ୍କ ଓଜନ ୯୦୭ ହୋଇଗଲା । ଫଳରେ ବହୁ ଅସୁବିଧା ଭୋଗିଲେ । ନିଜର ଓଜନ ବୃଦ୍ଧି ନେଇ ଚିନ୍ତିତ ହୋଇପଡ଼ିଲେ । ପରିବାର ଲୋକେ ବହୁ ଥର ଡ଼ାକ୍ତରଙ୍କ ପାଖକୁ ନେଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ତାଙ୍କୁ ପ୍ରଥମେ ଟିଏଲସି ରିଅଲିଟି ଶୋରେ ଦେଖିବାକୁ ମିଳିଥିଲା । ସେତେବେଳେ ତାଙ୍କର ମୋଟାପଣ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅତ୍ୟଧିକ ମୋଟା ଯୋଗୁ ତାଙ୍କର ଓଜନ ଠିକ୍ ଭାବେ ମାପି ବି ପାରନ୍ତି ନାହିଁ । କାରଣ ମାପ ମେସିନ କାମ କରେ ନାହିଁ । ୧୮ଏକ୍ସଏଲ୍ ମାପର ଡ଼୍ରେସ ପିନ୍ଧନ୍ତି ।
ତାଙ୍କର ମୋଟାପଣ ଏତେ ବଢିଗଲା ଯେ, ଅସ୍ତ୍ରୋପ୍ରଚାର କରିବାକୁ ନିଷ୍ପତ୍ତି ନେଲେ । ସେ କୁହନ୍ତି, ସ୍କୁଲରେ ପଡ଼ୁଥିବା ବେଳେ ଭଲ ଖେଳୁଥିଲେ । ମୋଟାପଣ ଯୋଗୁ ସେ କୌଣସି କାମ କରିପାରିଲେ ନାହିଁ । ଅସ୍ତ୍ରୋପଚାର ପରେ ଓଜନ କମିବାରୁ ମାନସିକ କଷ୍ଟ ଦୂର ହୋଇଛି । ଏବେ ସେ ନିଜକୁ ଫିଟ୍ ଭାବୁଛନ୍ତି । ଆରାମରେ ବୁଲାବୁଲି ବି କରି ପାରୁଛନ୍ତି । ସେ ସୁଇମିଂ କରିବାକୁ ପସନ୍ଦ କରୁଥିବାରୁ ଏବେ ତାହା ବି କରି ପାରୁଛନ୍ତି । ସବୁ ଖାଦ୍ୟ ଖାଇପାରୁଛନ୍ତି ।
Comments are closed.