Latest Odisha News

BREAKING NEWS

ବାଦ୍‌ଶାହାଙ୍କୁ ହତ୍ୟା ଧମକ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାଁଙ୍କୁ ହତ୍ୟା ଧମକ । ତାହା ପୁଣି ଭାଲେଣ୍ଟାଇନ ଡ଼େରେ । ଶାହାରୁଖ ଫିଲ୍ମ ‘ପଠାନ୍‌’କୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ଏବେ ହତ୍ୟା ଧମକକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଭାଲେଣ୍ଟାଇନ୍ ଡେ ଅବସରରେ ଟୁଇଟ୍‌ରରେ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ‘ଆସ୍କ ଏସ୍‌ଆରକେ’ ସେସନ ରଖିଥିଲେ । ଯେଉଁଥିରେ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ସିଧାସଳଖ ଦେବେ । ଏହି ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଜଣେ ପ୍ରଶଂସକ ଶାହାରୁ୍‌ଖଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଯଦି ଏହାର କିଛି ରିପ୍ଳାଏ ନ ଦିଅନ୍ତି,ତାହାହେଲେ ଆପଣଙ୍କୁ ଫ୍ୟାନ -୨ କରିବାକୁ ପଡ଼ିବ ବୋଲି ପ୍ରଶଂସକ ଜଣକ କହିଥିଲେ । ଏଥିରେ ବିଳମ୍ବ ନ କରି ଶାହାରୁଖ ଏହାର ପ୍ରତିକ୍ରିୟା ନିଜ ଶୈଳୀରେ ପ୍ରଶଂସକଙ୍କୁ ଦେଇଛନ୍ତି । ଶାହାରୁଖ କହିଛନ୍ତି, ମୁଁ କେବେ ବି ଫ୍ୟାନ ୨ କରିବି ନାହିଁ, ତୁମର ଯାହା କରିବାର ଅଛି କର ବୋଲି ପ୍ରଶଂସକଙ୍କୁ କହିଛନ୍ତି ।

୨୦୧୬ରେ ଫିଲ୍ମ ‘ଫ୍ୟାନ’ ମୁକ୍ତିଲାଭ କରିଥିଲା । ଏଥିରେ ଶାହାରୁଖ ଅଭିନୟ କରିଥିଲେ । ଏହି ଫିଲ୍ମରେ ଗୌରବ ନାମକ ଜଣେ ପ୍ରଶଂସକଙ୍କ କାହାଣୀକୁ ଦର୍ଶାଯାଇଛି, ଯିଏ ଏକ ସମୟରେ ସମସ୍ତ ସୀମା ଅତିକ୍ରମ କରି ସୁପରଷ୍ଟାରଙ୍କ ଜୀବନ ଅନୁସରଣ କରନ୍ତି । ଏହି ଫିଲ୍ମକୁ ବକ୍ସ ଅଫିସରେ ଏତେଟା ସଫଳତା ମିଳି ନ ଥିଲା । ପରେ ଏହି ଫିଲ୍ମ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା ।

Comments are closed.