ବଲାଙ୍ଗିର: ସେମାନେ ସାଙ୍ଗ ଥିଲେ । ଖୁବ ଭଲ ସାଙ୍ଗ । ଯୁଆଡେ ଯାଉଥିଲେ, ଯାହା କରୁଥିଲେ ଏକାଠି ହିଁ କରୁଥିଲେ। ବୋଧହୁଏ କେହି କାହାରିକୁ ଛାଡିବେ ନାହିଁ ବୋଲି ପରସ୍ପରକୁ କଥା ଦେଇଥିଲେ । ନିଷ୍ପତ୍ତି ନେଇଥିଲେ ଏକାଠି ଜିଇଁବେ-ଏକାଠି ମରିବେ । ଆଉ ଏହି ନିଷ୍ପତ୍ତିକୁ ବି କରି ଦେଖାଇ ଦେଲେ । କେହି କାହାରିକୁ ଛାଡି ଯିବେନି ବୋଲି ହାତ ଧରାଧରି ହୋଇ ଚାଲିଗଲେ ସବୁଦିନ ପାଇଁ । ଏକ ବସ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଦୁଇ ଦୁଇଟ ଭେଣ୍ଡିଆ ପୁଅଙ୍କୁ ହରାଇବା ପରେ ଗାଁରେ ଖେଳି ଯାଇଛି ଶୋକର ଛାୟା । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ ଏକ ବାଇକକୁ ଧକ୍କା ଦେବା ଯୋଗୁ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ତୁଷୁରା ଥାନା ନୂଆପଡା ଗାଁର ଆଶୀଷ ମେହେର ଓ ମଳୟ ମନହିରା ।
ମଳୟ ଓ ଆଶୀଷ ପିଲାବେଳୁ ସାଙ୍ଗ । ଗାଁର ସମସ୍ତେ ଏମାନଙ୍କ ବନ୍ଧୁତ୍ୱକୁ ଦେଖିଛନ୍ତି । ଉଭୟେ ସରକାରୀ ଚାକିରି ବି କରନ୍ତି । ଆଶିଷ ଗୁଡଭେଲା ଅଂଚଳର ଏକ ଡାକଘରେ ଚାକିରୀ କରୁଥୁବା ବେଳେ ମଳୟ ତୁଷୁରା ସମବାୟ ସମିତିରେ ଚାକିରୀ କରୁଥିଲେ ।
ଗତକାଲି ଦୁଇ ସାଙ୍ଗ ଏକ ବାଇକରେ ଘରୁ ବାହାରି ପାଟଣାଗଡ଼ର ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଆସୁଥିଲେ । ରାମପୁର ପେଟ୍ରୋଲ ପମ୍ଫ ନିକଟରେ ପାଟଣାଗଡ଼ ପଟୁ ଭୁବନେଶ୍ୱର ଯାଉଥୁବା ଜୟ ମାତାଦି ନାମକ ଏକ ଘରୋଇ ବସ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ପଂଚନାମା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି
BREAKING NEWS
- କ୍ୟାନସର ରୋଗୀଙ୍କ ପାଇଁ କିପରି ହେବ ଖାଦ୍ୟପେୟ? ଚିକିତ୍ସା ବେଳେ ସଠିକ୍ ଆହାର ଯୋଗାଇବ ସଞ୍ଜୀବନୀ
- ସମୁଦ୍ର ମଝିରେ ବଡ଼ ଦୁର୍ଘଟଣା: ଓଲଟି ପଡ଼ିଲା ଜାହାଜ: ୭ ମୃତ, ନିଖୋଜ ଅଛନ୍ତି ୨୩ରୁ ଅଧିକ ଯାତ୍ରୀ
- ଗୁଟଖା ବ୍ୟବସାୟ ବନ୍ଦ ହେବ;ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି ମେଜର ରିଷଭଙ୍କ ଅଚାନକ ଅବସର ଘୋଷଣା: ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ
- ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ଜମା କରି ପାଆନ୍ତୁ ୧ କୋଟି: PPF ଖାତାଧାରୀଙ୍କ ପାଇଁ ଜବରଦସ୍ତ ଟ୍ରିକ୍
- ମଧ୍ୟାହ୍ନ ଭୋଜନ ନାଁରେ ପିଲାଙ୍କ ଜୀବନ ସହ ଖେଳ! ସ୍କୁଲର ଅବସ୍ଥା ଦେଖି ସରକାରଙ୍କୁ ସିଜେପିର ଚେତାବନୀ
- ସାବଧାନ! ଏଣିକି ପ୍ୟାକେଟ୍ ଖାଦ୍ୟରେ ରହିବ ନାଲି ବିପଦ ଚିହ୍ନ: ଜାଣନ୍ତୁ FSSAIର ନୂଆ ନିୟମ
- ନେତ୍ୟାନ୍ୟାହୁଙ୍କ ପୁଅଙ୍କୁ ହତ୍ୟା ଧମକ : ଆମେରିକାରୁ ସ୍ଥାନାନ୍ତର
- Mann ki Baat: ଓଡ଼ିଶାର ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା
- ଅମିତ ରୋହୀଦାସ ୨୫୦ ନଟଆଉଟ

Comments are closed.