Latest Odisha News

BREAKING NEWS

କ୍ରିକେଟର ପୃଥ୍ୱୀ ଶଙ୍କୁ ଆକ୍ରମଣ ଘଟଣା, ସପନା ଗିଲ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ଖେଳାଳି ପୃଥ୍ୱୀ ଶ ଏବଂ ତାଙ୍କ ସାଙ୍ଗମାନଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ସୋସିଆଲ ମିଡିଆ ସେନସନ ସପନା ଗିଲଙ୍କୁ ଗିରଫ କରିଛି। ମୁମ୍ବାଇର ଓସିୱାରା ପୋଲିସ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଛି। ପୃଥ୍ୱୀ ଶଙ୍କ ସହ ସେଲଫି ନେବାକୁ ନେଇ ବିବାଦ ଏତେ ବଢିଯାଇଥିଲା ଯେ ଏହି ମାମଲାରେ ବିବାଦ ହୋଇଥିଲା। ଅଭିଯୋଗ ହୋଇଛି ଯେ ସପନା ଗିଲ ଏବଂ ତାଙ୍କ ସହଯୋଗୀମାନେ ଏହି ଭାରତୀୟ କ୍ରିକେଟରଙ୍କୁ ଆକ୍ରମଣ କରିଥିଲେ।

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପୃଥ୍ୱୀ ଶଙ୍କୁ ସପନା ଗିଲ ଏବଂ ତାଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ। ଏହା ସହିତ ପୃଥ୍ୱୀଙ୍କ ସାଙ୍ଗଙ୍କର ବିଏମଡବ୍ଲ୍ୟ କାର ମଧ୍ୟ ଭଙ୍ଗାରୁଜା କରିଥିଲେ। ରିପୋର୍ଟ ଅନୁଯାୟୀ, ସପନା ଗିଲଙ୍କୁ ପୋଲିସ ଗିରଫ କରିଛି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ଇନଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

ଏକ ପାର୍ଟି ସମୟରେ ସପନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ୱୀଙ୍କ ସହ ସେଲଫି ନେବାକୁ ଅନୁମତି ମାଗିଥିଲେ। ପୃଥ୍ୱୀ ଶ ପ୍ରଥମ ଥର ପାଇଁ ସେଲଫି ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ଦ୍ୱିତୀୟ ଥର ମନା କରିଦେଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଏତେ ଝଗଡାରେ ପହଞ୍ଚିଥିଲା। ପରେ ପୃଥ୍ୱୀ ଶଙ୍କ ସାଙ୍ଗଙ୍କର କାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା। ​​ଏହାପେ ସପନା ଗିଲ ଗିରଫ ହୋଇଥିବା ସୂଚନା ରହିଛି। ଏହି ମାମଲାରେ ପୋଲିସ ମୋଟ୍ ୭ ଜଣଙ୍କୁ କରିଛି।

ପୋଲିସ ଏ ବାବଦରେ ଏକ ବିବୃତ୍ତି ଦେଇ କହିଛି ଯେ ଅଭିଯୁକ୍ତ ଗାଡି ଭାଙ୍ଗିଥିବାରୁ ସମସ୍ୟାର ସମାଧାନ ପାଇଁ ୫୦ ହଜାର ଟଙ୍କା ମାଗିଛନ୍ତି। କିନ୍ତୁ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ଏତଲା ଦାଖଲ କରାଯାଇ ନାହିଁ।

Comments are closed.