ମୁମ୍ବାଇ: ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ନିକଟକୁ ପଠାଇଛନ୍ତି। ଜୟ ଶାହ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି।
ଖବର ସରବରାହ ସଂସ୍ଥା ଏଏନ୍ଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଏଏନ୍ଆଇ ଟ୍ୱିଟ୍ କରି ଲେଖିଛି “ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ନିକଟକୁ ପଠାଇଛନ୍ତି। ଜୟ ଶାହ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି।”
ନିକଟରେ ମିଡିଆ ଷ୍ଟିଙ୍ଗ୍ ଅପରେସନ ଫସି ବିସିସିଆଇର ଅନେକ ଭିତିର କଥା ଅଜାଣତରେ ଶେୟାର କରିଥିଲେ ଚେତନ। ଖେଳାଳି ଚୟନ ନିଷ୍ପତ୍ତି ସବୁ ବିରାଟ ନେଉଛନ୍ତି ଚେତନ କହିଥିଲେ। ଏଥସହିତ ସେ ସୌରଭ ଗାଙ୍ଗୁଲି ଓ ବିରାଟଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବି ଖୁଲାସା କରିଥିଲେ।
BCCI chief selector Chetan Sharma resigns from his post. He sent his resignation to BCCI Secretary Jay Shah who accepted it.
(File Pic) pic.twitter.com/1BhoLiIbPc
— ANI (@ANI) February 17, 2023
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଟିମ୍ ଖେଳାଳି ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ ନିଅନ୍ତି ବୋଲି ଚେତନ ଶର୍ମା କହିଥିଲେ। ଜି ମିଡିଆ ପକ୍ଷରୁ କରାଯାଇଥିବା ଏହି ଷ୍ଟିଙ୍ଗ ଅପରେସନ ବିସିସିଆଇର ସବୁ ଭିତିର କଥା ଶେୟାର କରିଦେଇଥିଲେ ଚେତନ।
ଏହାର ଭିଡିଓ ଭାଇରାଲ୍ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସେ ଇସ୍ତଫା ଦେଇଥାଇ ପାରନ୍ତି ବୋଲି କୁହାଯାଉଛି। ସୂଚନା ଥାଉକି ଟି-୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ଖରପା ପ୍ରଦର୍ଶନ ଯୋଗୁ ବିସିସିଆଇ ଚେତନ ଶର୍ମାଙ୍କୁ ବଦରୁ ବିଦା କରିଦେଇଥିଲା। ହେଲେ ପରେ ପୁଣିଥରେ ତାଙ୍କୁ ମୁଖ୍ୟ ଚୟନ କର୍ତ୍ତା ପଦରେ ନିଯୁକ୍ତି ଦିଆଯାଇଥିଲା।
Comments are closed.