Latest Odisha News

BREAKING NEWS

ଆଗାମୀ ୫ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ୫ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଶୁକବାର ଦିନ ସତର୍କ ସୂଚନା ଦିଆଯାଇଛି ।

ଭାରତୀୟ ପାଣିପାଗର ସଦ୍ୟତମ ସୂଚନାନୁଯାୟୀ, ଓଡ଼ିଶାର ଉତ୍ତର ତଟବର୍ତ୍ତୀ ଅଞ୍ଚଳରେ ଏକ ଘୂଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ହୋଇ ଅନୁଭୁତ ହେଉଛି । ଅନ୍ୟଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରର କେନ୍ଦ୍ରୀୟ ପଶ୍ଚିମ ଭାଗ ତଥା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ତଥା ଓଡ଼ିଶାର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳରେ ଅନୁଭୁତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ଉତ୍ତର-ପୂର୍ବରେ ଅଗଷ୍ଟ ୪ ତାରିଖ ଆଡ଼କୁ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାଫଳରେ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଯେଉଁସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା:

ଅଗଷ୍ଟ ୩
(ଅରେଞ୍ଜ ୱାର୍ଣ୍ଣିଂ)
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଏବଂ କଳାହାଣ୍ଡି ।

(ୟେଲୋ ୱାର୍ଣ୍ଣିଂ)
ରାୟଗଡ଼ା, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଗଞ୍ଜାମ, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ।

ଅଗଷ୍ଟ ୪
(ଅରେଞ୍ଜ ୱାର୍ଣ୍ଣିଂ)
କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ।

(ୟେଲୋ ୱାର୍ଣ୍ଣିଂ)
ଅନୁଗୁଳ, କେନ୍ଦୁଝର, ପୁରୀ, ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ବୌଦ୍ଧ, ବରଗଡ଼ ଏବଂ ଢେଙ୍କାନାଳ ।

ଅଗଷ୍ଟ ୫
(ୟେଲୋ ୱାର୍ଣ୍ଣିଂ)
ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ । ସେହିପରି ସୋନପୁର, ବଲାଙ୍ଗୀର, ନୂଆପଡ଼ା ଏବଂ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଅଗଷ୍ଟ ୬
(ୟେଲୋ ୱାର୍ଣ୍ଣିଂ)
କୋରାପୁଟ, ନବରଙ୍ଗପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ କଟକ ।

ଅଗଷ୍ଟ ୭
(ୟେଲୋ ୱାର୍ଣ୍ଣିଂ)

ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଏବଂ କୋରାପୁଟ ଜିଲ୍ଲା ।

ରାଜ୍ୟରେ ଏହି ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ସମୟରେ ଗଭୀର ସମୁଦ୍ର ମଧ୍ୟକୁ ଯିବାଲାଗି ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି ।

Leave A Reply

Your email address will not be published.