Latest Odisha News

ଅଭୁଲା ଗୀତ : ଜାଣେନା ଜାଣେନା

ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ: ସିପ୍ରା ବୋଷ
ଚଳଚ୍ଚିତ୍ର: ସାଧନା, ୧୯୬୪

ଜାଣେନା ଜାଣେନା
ଜାଣେନା ଜାଣେନା
ମୁଁ ସିନା ପାରିନି ବୁଝି
ସେ କି ସତେ ବୁଝେନା
ମୁଁ ସିନା ପାରିନି ବୁଝି
ସେ କି ସତେ ବୁଝେନା
ଫଗୁଣର ଏଇ ଲଗନେ
ଜାଣେନା ଜାଣେନା

ବନଫୁଲ
କାନେ କାନେ
କହିବ କି ଗୁଞ୍ଜନେ
ବନଫୁଲ
କାନେ କାନେ
କହିବ କି ଗୁଞ୍ଜନେ
ମନକଥା
ନ ମାନି ମନା
ଜାଣେନା ଜାଣେନା

ସେ ଯେ ରଙ୍ଗ ଝରା
ଉଦାସୀ ଅଳି
ମୁଁ ଯେ ଶୂନ୍ୟ ରାକା
ରଜନୀ କଳି
ସହସା ତା’ ସପନେ
ଚମକେ ମୁଁ ଶୟନେ
ସହସା ତା’ ସପନେ
ଚମକେ ମୁଁ ଶୟନେ
ନୁହେଁ ସେ କି
ଖାଲି ଛଳନା
ଜାଣେନା ଜାଣେନା

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.