Latest Odisha News

BREAKING NEWS

ଭାରତୀୟ ଅକାଶରେ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଲେ ବିଏସଏଫ,ଡ୍ରୋନରୁ ମିଳିଲା ହେରୋଇନ

ଗୁରଦାସପୁର: ଭାରତରେ ପୁଣି ନୂଆ ଚାଲ ଖେଳୁଛି ପାକିସ୍ଥାନ । ଡ୍ରୋନରେ ହେରୋଇନ ପଠାଇବାର ଚକ୍ରାନ୍ତ କରୁଛି ପାକିସ୍ଥାନ । ପଞ୍ଜାବ ଗୁରଦାସ ପୁରରେ ବିଏସଏଫ ଯବାନ ମାନେ ଏକ ଡ୍ରୋନକୁ ମାରି ଖସାଇ ଦେଇଛନ୍ତି । ଏଥିସହିତ ଏଥିରେ ଥିବା ହେରୋଇନ ଜବତ କରିଛି । ଶନିବାର ରାତି ପ୍ରାୟ ୯ଟାରେ ଭାରତ-ପାକ ସୀମାରେ ଗୁରୁଦାସପୁରର ସୀମାରେ ବିଏସଏଫ ଯବାନମାନେ ଏକ ସନ୍ଦିଗ୍ଧ ଡ୍ରୋନକୁ ଉଡୁଥିବା ଦେଖିବାକୁ ପାଇଥିଲେ । ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିବା କ୍ଷଣି ଏହାକୁ ଫାୟାରିଂ ଖସାଇ ଦେଇଥିଲେ । ଯେଉଁଠି ଡ୍ରୋନ ଖସାଇଥିଲେ ସେହିସ୍ଥାନର ତଲାସି ନେବା ପରେ ୪ ପ୍ୟାକେଟ ହେରୋଇନ ମିଳିଥିଲା ।

ଯାଞ୍ଚ ପରେ ଜଣାପଡିଛି, ପାକରୁ ଆସିଥିବା ଏହି ଡ୍ରୋନ ଚୀନରୁ ନିର୍ମିତ । ଏହା ୯ କିଲୋର ଜିନିଷ ଉଠାଇ ଉଡି ପାରିବ । ଏହି ଡ୍ରୋନ ସାହାଯ୍ୟରେ ପାକିସ୍ତାନ ନିଶା କାରବାର କରିବାକୁ ଚାହୁଁଥିଲା ଯାହାକୁ ବିଫଳ କରି ଦେଇଛନ୍ତି ଭାରତୀୟ ଯବାନମାନେ । ଏଠି କହି ରଖିବୁ, କିଛି ଦିନ ତଳେ ପଞ୍ଚାବ ଗୁରୁଦାସ ପୁର ଇଲାକା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ପାକିସ୍ତାନୀ ତସ୍କରଙ୍କ ସହ ବିଏସଏଫ ଯବାନଙ୍କର ଗଣ୍ଡଗୋଳ ହୋଇଥିଲା ।ଏହି ଗଣ୍ଡଗୋଳବେଳେ ୨୦ ପ୍ୟାକେଟ ହେରୋଇନ ଜବତ ହୋଇଥିଲା । ଏଥସିହତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା।

ଅଧିକାରୀକ ସୂତ୍ରରୁ ଜଣାଯାଇଛି, ବିଏସଏଫର ୧୧୩ ବାଟାଲିୟନ ଆଜି ସକାଳେ କିଛି ସନ୍ଦଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ । ଏହାପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବିଏସଏଫ ଉପ ମହାନରୀକ୍ଷକ ପ୍ରଭାକର ଯୋଶୀ କହିଛନ୍ତି, ସକାଳ ସାଢେ ୫ଟାରେ ଏହି ଘଟଣା ଘଟିଥିଲା । ବିଏସଏଫ କନେଷ୍ଟବଲ ଏହି ସନ୍ଦଗ୍ଧ ବ୍ୟକ୍ତିଙ୍କୁ ଅଟକାଇବାରୁ ପାକିସ୍ତାନ ପଟୁ ଗୁଳିଚାଳନା ହୋଇଥିଲା । ଭାରତୀୟ ଯବାନ ମଧ୍ୟ ଏହାର କଡା ଜବାବ ଦେଇଥିଲେ ।

 

Comments are closed.