Latest Odisha News

BREAKING NEWS

ପୂର୍ବତନ ପାକ ମନ୍ତ୍ରୀଙ୍କ ବଡ ବୟାନ: ଟିଟିିପି ଆତଙ୍କୀଙ୍କୁ ଦେଶରେ ଥଇଥାନ କରିବାକୁ ଚାହୁଁଥିଲେ ପୂର୍ବତନ ଆର୍ମି ଚିଫ

ଇସଲାମବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର ରାଜନେତା ତଥା ପୂର୍ବତନ ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଅଭିଯୋଗ ଆଣି କହିଛନ୍ତି ପୂର୍ବତନ ସେନାମୁଖ୍ୟ କମର ଜାବେଦ ବାଜବା ଦେଶରେ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିବା ତହରିକତାଲିବାନ (ଟିଟିପି) ସଦସ୍ୟଙ୍କୁ ନିଜ ଦେଶରେ ଥଇଥାନ କରିବାକୁ ଚାହୁଁଥିଲେ ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିବା ପରେ ସେ ଟିଟିପି ସଦସ୍ୟଙ୍କୁ ପାକିସ୍ତାନରେ ପୁନଃଥଇଥାନ କରାଇବା ଯୋଜନା କରୁଥିଲେ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାବେଳେ ପୂର୍ବତନ ମନ୍ତ୍ରୀଙ୍କ ଏପରି ବିବାଦୀୟ ବୟାନ ବେଶ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ

କରାଚିରେ ଗତ ରାତିରେ ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା ଡନ ନିଉଜର ଏକ କାର୍ଯ୍ୟକ୍ରମରେ ଶିନିନ ମଜାରି କହିଥିଲେ, ବାଜବା ତାଲିବାନ ପ୍ରସଙ୍ଗ ଉଠାଇ ଟିଟିପିରେ ଥିବା ପାକିସ୍ତାନ ରାଷ୍ଟ୍ରିୟତାବାଦି ଲୋକ ଦେଶକୁ ଫେରିବାକୁ ଚାହୁଁଛନ୍ତି ଯଦି ସେମାନେ ସମ୍ବିଧାନକୁ ସ୍ୱୀକାର କରନ୍ତି ଏବଂ ହତିଆର ଛାଡିଦିଅନ୍ତିତେବେ କିଛି ଲୋକଙ୍କ ପାଇଁ କିଛି କରାଯିବା ଉଚିତ ଏବଂ ନେଇ ଆଲୋଚନା ମଧ୍ୟ ହେବା ଉଚିତ ଏପରିକି ଏହି ପ୍ରସଙ୍ଗକୁ ନେଇ ଦଳର ସାଂସଦମାନଙ୍କର ଏକ ମିଟିଂ ମଧ୍ୟ ଡକାଯାଇଥିବା ମଜାରୀ କହିଥିଲେ

ନେଇ ସାଂସଦଙ୍କ ମିଟିଂ ବସିଥିଲା ମିଟିଂରେ ନିଷ୍ପତି ନିଆଯାଇଥିଲାଯେ, କଥାବାର୍ତ୍ତା ଆରମ୍ଭ ହେବା ପୂର୍ବରୁ ନିର୍ବାଚିତ ପ୍ରତିନିଧି ଏବଂ ସେନା ମଧ୍ୟରେ ଏକ କମିଟି ଗଠନ କରାଯିବ କାରଣ ନିର୍ବାଚିତ ପ୍ରତିନିଧି ଲୋକଙ୍କ ପାଖରେ ବହୁତ ଅଭିଯୋଗ ରହିଛି

ମଜାରି ଆହୁରି କହିଥିଲେ, ପିିଟିଆଇ ଦାବି କରିଥିଲା, ପ୍ରଥମେ ସହମତି ଆସିବା ଦରକାର ତା ପରେ ଟିଟିପି ସହ କଥାବାର୍ତ୍ତା ଆରମ୍ଭ ହେବା ଉଚିତ

Leave A Reply

Your email address will not be published.