Latest Odisha News

BREAKING NEWS

ପୁରୀରେ ଅନୁଷ୍ଠିତ ହେଲା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପୁରୀ: ସ୍ଥାନୀୟ ସଂସ୍କୃତି ଭବନରେ ବୁଧବାର ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ରାଜ୍ୟ ସଭାପତି ସମୀର ମହାନ୍ତି ବିଜେଡିକୁ ଟାର୍ଗେଟ କରିଥିଲେ । ଅରାଜକତା, ବେକାରୀ ସମସ୍ୟା, ଦାଦନ ପ୍ରସଙ୍ଗ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ଭାବେ ଫେଲ ହୋଇଛନ୍ତି । ଆଗାମୀ ଦିନରେ ଏହି ସବୁ ପ୍ରସଙ୍ଗ ନେଇ ବିଜେପି ଜନସାଧାରଣଙ୍କ ନିକଟକୁ ଯିବା ସହ ଆନ୍ଦୋଳନ କରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ, ଯୁବମୋର୍ଚ୍ଚା ପ୍ରଭାରୀ ତଥା ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, କେନ୍ଦ୍ର ପ୍ରଭାରୀ ଶଶାଙ୍କ ଶେଖର ରାଜ ବୈଠକରେ ଯୋଗ ଦେଇଥିବା ଯୁବ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

BjdElectrycity

କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା କିପରି ଭାବେ ଲୋକଙ୍କ ପାଖରେ ପଂହଚି ପାରୁନି କିମ୍ବା ହରିଲୁଟ ହେଉଛି ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଯୁବ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ଅର୍ପିତା ଅପରାଜିତା ବଡ଼ଜେନା, ବିଜେପି ଜାତୀୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପ ଜ୍ୟୋତି ମୁଣ୍ଡ, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଏବଂ ରାଜ୍ୟ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ  ଦୀପକ ଗୋଛୟତ ଏବଂ ଜୟନ୍ତ କୁମାର ଦାଶ ସମସ୍ତ ଜିଲ୍ଲା ସଭାପତି ଏବଂ ସାଧାରଣ ସମ୍ପାଦକ ଏବଂ ସମସ୍ତ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Bjd_BSKY
Leave A Reply

Your email address will not be published.