Latest Odisha News

BREAKING NEWS

ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କ ଛୁଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି  । ମହିଳା ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ କରାଯାଇଥିଲା । ତେବେ ଶୁକ୍ରବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଏହି ପ୍ରସଙ୍ଗଟି ସରକାରଙ୍କ ନୀତି ଡୋମେନ ଅଧୀନରେ ରହିଥିବାରୁ ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସୁପ୍ରିମ କୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

BjdElectrycity

ଜଣେ ପ୍ରତିପକ୍ଷ ଆଇନଜୀବୀ ଏହି ଆବେଦନ ଗ୍ରହଣୀୟ ନୁହେଁ ବୋଲି ଯୁକ୍ତି ଦର୍ଶାଇଥିଲେ। ପ୍ରତିମାସରେ ଋତୁସ୍ରାବ ଲାଗି ମହିଳାଙ୍କୁ ଛୁଟି ଦିଆଗଲେ ସେମାନଙ୍କୁ ଚାକିରି ଦେଉଥିବା ଘରୋଇ କମ୍ପାନୀ କିମ୍ବା ଅନୁଷ୍ଠାନ ପଛଘୁଂଚା ଦେବେ। କିନ୍ତୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଥିଲା ଯେ ଏହି ଆବେଦନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି। କିନ୍ତୁ ଏହା ପଲିସି ମ୍ୟାଟର ହୋଇଥିବାରୁ ଆବେଦନକୁ ଆମେ ଗ୍ରହଣ କରୁନାହୁଁ। କେନ୍ଦ୍ର ସରକାରଙ୍କ ନିକଟରେ ଏ ସମ୍ପର୍କରେ ଆବେଦନ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

ତେବେ ୧୯୬୧ମାତୃତ୍ବ କାଳୀନ ସୁବିଧା ଆକ୍ଟ (Maternity Benefit Act) ଅନୁସାରେ ଋତୁସ୍ରାବ ସମୟରେ ରାଜ୍ୟର ସମସ୍ତ ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ଦିଲ୍ଲୀ ବାସିନ୍ଦା ଛାତ୍ର ଶୈଳେନ୍ଦ୍ର ମଣିଙ୍କ ଦ୍ବାରା ଆବେଦନ କରାଯାଇଥିଲା । ଶୈଳେନ୍ଦ୍ର ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଏହି ଆବେଦନ କରିଥିଲେ ।

ସୂଚନା ଥାଉ କି, ୧୯୬୧ମାତୃତ୍ବ କାଳୀନ ସୁବିଧା ଆକ୍ଟ ଅନୁସାରେ ମହିଳାମାନଙ୍କୁ ଗର୍ଭଧାରଣ, ଗର୍ଭପାତ, ଗର୍ଭନିରୋଧକ ଅପରେସନ ଏହାସହ ଗର୍ଭଧାରଣ ସମୟରେ ଚିକିତ୍ସା ଲାଗି ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି । ମହିଳା କର୍ମଚାରୀମାନେ ଏହି ଛୁଟି ନେବା ସମୟରେ ତାଙ୍କୁ ପୂର୍ଣ୍ଣ ଦରମା ମିଳିବ ବୋଲି ନିୟମ ରହିଛି । ତେବେ ଋତୁସ୍ରାବ ମାତୃତ୍ବର ଏକ ଅଂଶ ହୋଇଥିବାରୁ ଏହି ସମୟରେ ମଧ୍ୟ ଛାତ୍ରୀ ଓ ମହିଳାମାନଙ୍କୁ ଛୁଟି ଦେବା ଲାଗି ଆବେଦନକାରୀ ଦାବି କରିଛନ୍ତି ।

Leave A Reply

Your email address will not be published.