ବ୍ରହ୍ମପୁର: ବିଜୁ ଜନତା ଦଳ ଲିଗାଲ୍ ଫ୍ରଣ୍ଟର ପୁନର୍ଗଠିତ ହୋଇଛି । ଏଥିରେ ୫୧ଜଣ କର୍ମକର୍ତା ଅଛନ୍ତି । ଶନିବାର ଏନେଇ ଦଳ ତରଫରୁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଥିଲା । ଏଥିରେ ୩୩ଟି ସାଂଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ମଧ୍ୟ ରହିଛି । ତେବେ ତାଲିକାରେ ଜଣେ ମୃତ ଆଇନଜୀବୀଙ୍କ ନାମ ରହିଥିବା ସୂଚନା ମିଳିଛି । ଗଜପତି ଜିଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସଭାପତି ଭାବେ ଆଇନଜୀବୀ ରାମନାଥ ମିଶ୍ରଙ୍କ ନାମ ଘୋଷଣା ହୋଇଛି । କିନ୍ତୁ ଗତ ଅକ୍ଟୋବର ୩୧ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ୭୬ ବର୍ଷରେ ଶ୍ରୀ ମିଶ୍ରଙ୍କ ପରଲୋକ ହୋଇଥିଲା । ସେ ପାରଳାଖେମୁଣ୍ଡି ଓକିଲ ସଂଘର କ୍ରମଗତ ଭାବେ ୨୫ ଥର ସଭାପତି ରହିଥିଲେ । ଜଣେ ବରିଷ୍ଠ ଆଇନଜୀବୀ ତଥା ବିଜେଡ଼ିର ଜଣେ ଟାଣୁଆ ନେତା ଭାବେ ମଧ୍ୟ ଗଜପତି ଜିଲାରେ ବେଶ୍ ଜଣାଶୁଣା ଥିଲେ । ଏଣୁ ମୃତକଙ୍କୁ ବିଜେଡ଼ି ଲିଗାଲ ଫ୍ରଣ୍ଟର ସଭାପତି ଭାବେ କେମିତି ଘୋଷଣା କରାଗଲା, ତାହାକୁ ନେଇ ଗଜପତି ଜିଲାରେ ନାନା ଚର୍ଚ୍ଚା ଲାଗି ରହିଛି ।
ତେବେ ଏହା ପ୍ରଥମ ଘଟଣା ନୁହଁ । ପୂର୍ବାରୁ ମଧ୍ୟ ଏଭଳି ବିଜେଡ଼ି ପଦାଧିକାରୀ ତାଲିକାରେ ଏଭଳି ଗୁରୁତର ତୃଟି ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବରରେ ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା । କାର୍ଯ୍ୟକାରୀ କମିଟିରେ ବ୍ରହ୍ମପୁରର ମିନାକ୍ଷୀ ମିଶ୍ରଙ୍କ ନାମ ରହିଥିଲା । କିନ୍ତୁ ୨୦୨୦ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ତୃଟି ପଦାକୁ ଆସିବା ପରେ ଦଳ ତରଫରୁ ସଂଶୋଧିତ ତାଲିକା ପ୍ରକାଶ କରାଯାଇଥିଲା ।
BREAKING NEWS
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ
- ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !
- ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ
- ବଳ ଗୋଟାଉଛି କଂଗ୍ରେସ; ଦଳରେ ମିଶିଲେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ଓ ବିଭିନ୍ନ ଦଳର ବହୁ କର୍ମୀ
- ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ; ରୁଦ୍ର ମହାରଥୀଙ୍କ ବିରୋଧରେ ଲଢିବେ ପତ୍ନୀ ଜାଗୃତି
- ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍ ପରେ ବାହାର କଲେ ଏମ୍ସ ଡାକ୍ତର