ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକର ବେଲଗାଭିରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ‘ମଲ୍ଲିକାର୍ଜୁନ ଖଡଗେ ହେଉଛନ୍ତି କଂଗ୍ରେସର ମୁଖିଆ। କିନ୍ତୁ କାହା ପାଖରେ ରିମୋଟ କଣ୍ଟ୍ରୋଲ ଅଛି ତାହା ସମସ୍ତେ ଜାଣନ୍ତି। ଖାଡ଼ଗେ ଉଭୟ ବିଧାନସଭା ଓ ଲୋକସଭାରୁ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ବିଭିନ୍ନ ବର୍ଗର ଲୋକଙ୍କ ସେବା କରିଛନ୍ତି। ସେ ହେଉଛନ୍ତି କଂଗ୍ରସର ସବୁଠାରୁ ବରିଷ୍ଠ ନେତା। କିନ୍ତୁ ତାଙ୍କୁ ଯେଉଁଭଳି ଭାବେ ବ୍ୟବହାର ହେଉଛି ତାକୁ ଦେଖି ନିରାଶ ଲାଗୁଛି ବୋଲି ମୋଦୀ ଏହି ଅବସରରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସର ନୂଆ ଅଧ୍ୟକ୍ଷ କେବଳ ନାମକୁ ମାତ୍ର। ରିମୋଟ କଣ୍ଟ୍ରୋଲ କାହା ପାଖରେ ଅଛି ତାହା ସମସ୍ତେ ଜାଣନ୍ତି। କଂଗ୍ରେସକୁ ଲାଗୁଛି ଯେ ମୋଦୀ ଜୀବିତ ଥିବା ଯାଏ ସେମାନଙ୍କର ଉଦ୍ଦେଶ୍ୟ ପୂରଣ ହେବ ନାହିଁ ଏବଂ ସେଥିପାଇଁ ସେମାନେ ସମସ୍ତେ ‘ମର ଜା ମୋଦୀ, ମର ଜା ମୋଦୀ…’ ନାରା ଦେଉଛନ୍ତି।
#WATCH | Karnataka: Congress thinks until Modi is alive their motives won't survive and that is why they all are saying "mar ja Modi, mar ja Modi…" and some are saying "Modi teri kabad khudegi" but the country is saying "Modi tera Kamal khilega": PM Narendra Modi in Belagavi pic.twitter.com/KQmBhhkZzA
— ANI (@ANI) February 27, 2023
ଏହି ଅବସରରେ ମୋଦୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ମୋଦୀଙ୍କ ଏହି ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାର ଗାଁ, ଗରିବ, ଆମ ମା ଏବଂ ଭଉଣୀମାନଙ୍କର । ଶୌଚାଳୟ, ଗ୍ୟାସ୍ ସଂଯୋଗ ଏବଂ ଟାପ୍ ଜଳ ଯୋଗାଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମା ଏବଂ ଭଉଣୀଙ୍କ ସହ ଜଡିତ ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି । ସେ ଦୋହରାଇଛନ୍ତି ଯେ ଡବଲ ଇଞ୍ଜିନ ସରକାର ପ୍ରତ୍ୟେକ ପରିବାରରେ ପାଇପ ଜଳକୁ ସମସ୍ତ ସଚ୍ଚୋଟତାର ସହ ଉପଲବ୍ଧ କରାଇବାକୁ ଚେଷ୍ଟା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, କର୍ଣ୍ଣାଟକର ଲୋକମାନେ ଭଲ ଭାବେ ଜାଣନ୍ତି ଯେ ଏହା ହେଉଛି ଭାରତର ଅମୃତ କାଳ, ଏକ ବିକଶିତ ଭାରତ ତିଆରି କରିବାର ସମୟ । ସେ କହିଛନ୍ତି ଯେ ଭାରତର ସ୍ୱାଧୀନତା ଇତିହାସରେ ଏହା ପ୍ରଥମ ଥର ପାଇଁ ଏପରି ଏକ ସୁଯୋଗ ଆସିଛି ଏବଂ ବିଶ୍ୱ ସ୍ତରରେ ଭାରତର ସ୍ୱର ଶୁଣିବାକୁ ମିଳୁଛି । ସେ ଦର୍ଶାଇଛନ୍ତି ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ନିବେଶକମାନେ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହାଁନ୍ତି ଏବଂ ଏହା କର୍ଣ୍ଣାଟକ ଏବଂ ଏହାର ଯୁବକମାନଙ୍କୁ ଲାଭ ଦେବ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କର୍ଣ୍ଣାଟକର ବିକାଶ ପାଇଁ ଏହି ଅଭିଯାନ ଅଧିକ ବେଗରେ ଗତି କରିବ । ଆମକୁ ଏକାଠି ଚାଲିବାକୁ ପଡିବ । ଆମକୁ ଏକାଠି ଆଗକୁ ବଢିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments are closed.