Latest Odisha News

BREAKING NEWS

କଟକରେ ନକଲି ଝାଡା ଔଷଧ ‘ଓ-ଟୁ’ ବିକ୍ରି

କଟକ: ପୁଣିଥରେ କଟକରୁ ନକଲି ଔଷଧ ଜବତ ହୋଇଛି। ପୂର୍ବରୁ ଉଚ୍ଚରକ୍ତ ଚାପର ନକଲି ଔଷଧ ବିକ୍ରି ହେଉଥିବା ବେଳେ ଏବେ ନକଲି ଝାଡା ଔଷଧ (ଓ-୨) ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମେଡଲେ ହେଉଛି ଏହି ଔଷଧର ମୂଳ ନିର୍ମାତା। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚୌଧୁରୀବଜାରରେ ଥିବା ଏକ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଉପରେ ଚଢାଉ କରାଯାଇ ଏଭଳି ନକଲି ଔଷଧ ଜବତ ହୋଇଛି।  ମୋଟ୍ ୧୨ ଶହ ଫତା ବା ୨ ଲକ୍ଷ ଓ-୨ ବଟିକା ଜବତ ହୋଇଛି।

ଏହି ବିଷୟ ଜଣାପଡ଼ିବା ପରେ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ କଟକ ଏସଡିଜିଏମ କୋର୍ଟରେ ଉକ୍ତ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୁରୀଘାଟ ଥାନାରେ ମଧ୍ୟ ଏତଲା ହୋଇଛି। ଏହି ଡିଷ୍ଟ୍ରିବ୍ୟୁଟର ସଂସ୍ଥାର ମାଲିକ ବିଜୟ ଅଗ୍ରଓ୍ୱାଲଙ୍କୁ ଥାନାରେ ପୁୁଲିସ ଅଟକ ରଖିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ଯ, ଗତବର୍ଷ ସେପ୍ଟେମ୍ବର ମାସରେ କଟକରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଜଣାପଡ଼ିଥିଲା। ଟେଲମା-୪୦ ଉଚ୍ଚରକ୍ତ ଚାପ ଔଷଧ ବିକ୍ରି ହେଉଥିବା ନେଇ ଜଣାପଡ଼ିବା ପରେ ସାରା ରାଜ୍ୟରେ ଏ ନେଇ ଧରପଗଡ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଶ୍ରୀ ଡିଷ୍ଟ୍ରିବ୍ୟୁଟର ସଂସ୍ଥାରୁ ଜବତ ହୋଇଥିଲା ଝାଡା ନିୟନ୍ତ୍ରକ ଔଷଧ ଓ-ଟୁ। ରାଜ୍ଯ ପରୀକ୍ଷାଗାର ଏବଂ ମେଡଲେ ଔଷଧ କମ୍ପାନୀକୁ ଜବତ ଓ-୨ ଔଷଧ ନକଲି ଔଷଧ ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ଉଭୟ ରିପୋର୍ଟ ନକଲି ବୋଲି ଜଣାପଡ଼ିଛି। ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ତାଗିଦ ପରେ ସଂପୃକ୍ତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଯେଉଁ ଔଷଧ ବଜାରକୁ ଛା଼ଡିଥିଲେ ତାକୁ ଫେରସ୍ତ ଆଣିଛି। ଏହାପରେ ଡ୍ରଗ୍ସ କଣ୍ଟ୍ରୋଲର ୨ଶହ ନକଲି ଝାଡା ଔଷଧ ଜବତ କରିଛି।

ଉଲ୍ଲେଖଯୋଗ୍ୟ, କେବଳ କଟକ ନୁହେଁ ପଶ୍ଚିମ ଓଡ଼ିଶା, ବ୍ରହ୍ମପୁରରେ ମଧ୍ୟ ନକଲି ଔଷଧ କାରବାର ବୃଦ୍ଧି ପାଇଛି।

 

 

 

Comments are closed.