Latest Odisha News

BREAKING NEWS

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରେ ଭେଣ୍ଡି….

ବର୍ତ୍ତମାନର ଜୀବନଶୈଳୀରେ ବ୍ୟସ୍ତତା ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ପାଲଟିଥାଏ। ଫଳରେ ମୋଟାପଣ, ମଧୁମେହ, ହୃଦୟ ରୋଗ, ଷ୍ଟ୍ରୋକ୍‌‌, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଭୁଲ ଖାଦ୍ୟପେୟ କାରଣରୁ ଶରୀରରେ କୋଲେଷ୍ଟେରୋଲ୍‌‌ ଅଧିକ ବୃଦ୍ଧି ହୋଇଥାଏ। ଫଳରେ ହୃଦୟ ପାଇଁ ଏହା କ୍ଷତିକାରକ ହୋଇଥାଏ।

ତେଣୁ କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣରେ ରଖିବା ନିତାନ୍ତ ଜରୁରୀ। ତେବେ ବୃଦ୍ଧି ପାଉଥିବା କୋଲେଷ୍ଟେରୋଲ୍‌‌କୁ ନିୟନ୍ତ୍ରଣ କରିବା ପାଇଁ ଭେଣ୍ଡି ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହେବା ସହ ଅନେକ ପୋଷକ ତତ୍ତ୍ୱରେ ଭରପୁର। ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ସର୍ବୋତ୍ତମ ।

ଏକ ଅଧ୍ୟୟନରୁ ଜଣାପଡିଛି ଭେଣ୍ଡିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏ, କେ, ସି ଏବଂ ବି ୬ ରହିଛି। ଭେଣ୍ଡିର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣ ହୋଇ ରହିଥାଏ। ବିଶେଷଜ୍ଞଙ୍କ ମତରେ ଭେଣ୍ଡି ସେବନ ଦ୍ୱାରା ମୋଟାପଣ ହ୍ରାସ ସହ ମଧୁମେହ ଓ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଜାଣନ୍ତୁ..

-ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭେଣ୍ଡିରେ ଉପକାରୀ ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା କୋଲେଷ୍ଟେରୋଲ୍‌‌କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେଣୁ କୋଲେଷ୍ଟେରୋଲ୍‌‌ ଓ ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତି ବିଶେଷ ନିଶ୍ଚୟ ଭେଣ୍ଡିର ସେବନ କରିବା ଉଚିତ। ସେହିପରି ମଧୁମେହ ରୋଗୀ ମଧ୍ୟ ଭେଣ୍ଡିକୁ ବତୁରାଇ ଏହାର ପାଣି ପିଇବା ଖୁବ ଉପକାରୀ। ଏହାର ସେବନ ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହିଥାଏ।

-ଗର୍ଭବତୀ ମହିଳାମାନଙ୍କ ପାଇଁ ଭେଣ୍ଡି ଖୁବ ଉପକାରୀ।ଏହା ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡ ପାଇଁ ଲାଭଦାୟକ।

 ଭେଣ୍ଡିରେ କ୍ୟାଲସିୟମ, ପୋଟାସିୟମ, ମେଗ୍ନେସିୟମ, ଫସଫରସ, ଆଇରନ , ଭିଟାମିନ ସି ଆଦି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ତେଣୁ ଡାକ୍ତର ମଧ୍ୟ ସୁସ୍ଥ ରହିବା ପାଇଁ ଖାଦ୍ୟରେ ଭେଣ୍ଡି ସାମିଲ କରିବାକୁ ପରାମର୍ଶ ଦେଇଥାଆନ୍ତି।

 

 

 

Leave A Reply

Your email address will not be published.