ପୁରୀ:ତାଳବଣିଆ ସ୍ଥିତ ହେଲିପ୍ୟାଡ ନିକଟ ଛକଠାରେ ଆଜି ପୂର୍ବାହ୍ନରେ ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜିର ଦିବସ ଏକ ମହାନ ଦିବସ ଯେଉଁ ଦିବସରେ ପରମପୂଜ୍ୟ ରାମାନୁଜାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଜଗନ୍ନାଥଧାମରେ ପ୍ରତିଷ୍ଠା ହୋଇଛି ବୋଲି କହିଥିଲେ । ପ୍ରେମ, ଭାଇଚାରା,ସମଦୃଷ୍ଟି ଓ ପାରସ୍ପରିକ ସଦଭାବନା ଆମ ସଂସ୍କୃତି ର ମୂଳମନ୍ତ୍ର,ଯାହା ବହୁ ପୂର୍ବରୁ ପରମପୂଜ୍ୟ ରାମାନୁଜାଚାର୍ୟ୍ୟ ନିଜ ଜୀବନ ଓ କାର୍ଯ୍ୟରେ ପ୍ରତିପାଦିତ କରିଛନ୍ତି । ଶ୍ରୀ ଶ୍ରୀ ୟଦୁଗିରି ୟାଥିରାଜ ନାରାୟଣ ରାମାନୁଜ ଜୀୟର ସ୍ୱାମୀ ଏଥିରେ ଯୋଗ ଦେଇ ଜଗନ୍ନାଥ ଧାମକୁ ରାମାନୁଜାଚାର୍ଯ୍ୟ ପ୍ରାୟ ୯୬୦ ବର୍ଷ ପୂର୍ବରୁ ଆସି ଦର୍ଶନ କରିଥିଲେ ଏବଂ ଆଜି ତାଙ୍କର ପ୍ରତମୂର୍ତ୍ତି ପୁରୀ ମାଟିରେ ପ୍ରତିଷ୍ଠା ଏକ ଗୌରବର କଥା ବୋଲି କହିଥିଲେ ।
ପୁରୀରେ ଏକ ଗୋଶାଳା ନିର୍ମାଣର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେବାସହ ଏହି ଛକ ବା ରାସ୍ତାକୁ ରାମାନୁଜାଚାର୍ଯ୍ୟଙ୍କ ନାମରେ ନାମିତ ପାଇଁ ପରାମର୍ଶ ଦେଇଥିଲେ । ପରମପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ଜୀ ପ୍ରତିମୂର୍ତ୍ତି ଉନ୍ମୋଚନ କରି କେବଳ ଜ୍ଞାନ ଓ ଭକ୍ତିର ବିକାଶ ନୁହେଁ ଦେଶର ସଂହତି ଓ ଏକତା,ଶାନ୍ତି ଓ ମୈତ୍ରୀ ପାଇଁ ରାମାନୁଜାଚାର୍ଯ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତେ ଦେଶରେ ମାନବିକତାର ମୂଲ୍ୟବୋଧକୁ ଉଜ୍ଜୀବିତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ରାମାନୁଜାଚାର୍ଯ୍ୟଙ୍କ ପ୍ରତମୂର୍ତ୍ତି ଉନ୍ମୋଚନ, ତାହାର ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ ।
ଦ୍ୱାରକାନାଥ ଶେଷାଦ୍ରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆକାଉଣ୍ଟ ଜେନେରାଲ ନବୀନ କୁମାର, ଡା. ୟୁ ଭିସି ଭେଙ୍କେଟେକ୍ରିଷ୍ଣା, ପ୍ରିୟବ୍ରତ କର ପ୍ରମୁଖ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମ ରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସିଟି ଡିଏସପି କେ କେ ହରିପ୍ରସାଦ, ସମୁଦ୍ର କୂଳ ଆଇଆଇସି ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.