Latest Odisha News

ଓଡ଼ିଶା ମୁଖ୍ୟ ଶାସନ ସଚିବ ପଦବୀ ଛାଡ଼ିପାରନ୍ତି ଆଦିତ୍ୟ ପାଢୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବଜେଟ୍ ଅଧିବେଶନ ସମାପ୍ତ ହେବାପରେ ଏବେ ସରକାର ବରିଷ୍ଠ ପ୍ରଶାସନରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି । ଏହିକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଏବଂ ଡ଼ିଜିପି ଆର ପି ଶର୍ମାଙ୍କୁ କୌଣସି ସାମ୍ବିଧାନିକ ପଦବୀଦେଇ ପ୍ରଶାସନିକସ୍ତରରେ ଏକ ବଡ଼ ପରିବର୍ତ୍ତନ ସରକାର ଆଣିବାକୁ ଚାହୁଁଛନ୍ତି ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି ।

ଏବେ ପ୍ରଶାସନିକସ୍ତରରେ କଳ୍ପନାଜଳ୍ପନା ଚାଲିଛି ଯେ, ଶ୍ରୀ ପାଢୀ ଏବଂ ଶ୍ରୀ ଶର୍ମା ନୂଆ ଦାୟିତ୍ୱ ଲାଗି ଏହି ପଦବୀରୁ ଇସ୍ତଫା ଦେଇପାରନ୍ତି । ରାଜ୍ୟ ଇଲେକ୍ସନ କମିଶନର୍ ପଦ ଏବଂ ଶ୍ରୀ ଶର୍ମା ନବଗଠିତ ରାଜ୍ୟ ଲୋକାୟୁକ୍ତର ଜଣେ ସଦସ୍ୟଭାବେ ଯୋଗଦାନ କରିପାରନ୍ତି ।

ଯଦି ଏହି ସୂଚନା ସତ୍ୟ ହୋଇଥାଏ, ତେବେ ଶ୍ରୀ ପାଢୀଙ୍କ ସ୍ଥାନରେ ଉନ୍ନୟନ କମିଶନର୍ ଅସିତ୍ ତ୍ରିପାଠୀ ଅବସ୍ଥାପିତ ହେବେ ବୋଲି ଧାରଣା ସୃଷ୍ଟି ହୋଇଛି । ଶ୍ରୀ ତ୍ରିପାଠୀ ହେଉଛନ୍ତି ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ, ସେ ଆସନ୍ତା ୨୦୨୦ରେ ଅବସର ଗ୍ରହଣ କରୁଛନ୍ତି ।

ଶ୍ରୀ ପାଢୀ ଯିଏକି ୧୯୮୩ ବ୍ୟାଚର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ, ସେ ୨୦୨୦ ଫେବୃଆରୀରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବେ । ତେଣୁ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ଘୋଷଣା କରିପାରନ୍ତି । ବିଦେଶଗସ୍ତରୁ ରବିବାର ଦିନ ସେ ଫେରିଲା ପରେ ଏସମ୍ପର୍କରେ ସେ କୌଣସି ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି ।

ସେହିପରି ଭାବେ ଡ଼ିଜିପି ଶର୍ମା ଯିଏକି ୧୯୮୬ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ସେ ମେ ୨୦୨୦ରେ ଚାକିରିରୁ ଅବସର ଗ୍ରହଣ କରୁଛନ୍ତି । ତାଙ୍କର ବ୍ୟାଚମେଟ୍ ବିଜୟ କୁମାର ଶର୍ମା ଯିଏକି ଏବେ ଫାୟାର୍ ସର୍ଭିସେସର ଡ଼ିଜି, ହୋମଗାର୍ଡ଼ସର କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ୍ ଡ଼ିଫେନସର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି, ସେ ଡ଼ିଜିପି ଶର୍ମାଙ୍କ ପଦରେ ନିଯୁକ୍ତ ହେବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନାନୁଯାୟୀ, ଆର ପି ଶର୍ମା ଏହି ପଦବୀରେ ଅଧିକ ଦିନ ରହିବେ ନାହିଁ । ସେହିପରି ବି କେ ଶର୍ମା ଅକ୍ଟୋବର ୨୦୨୨ରେ ଅବସର ନେଉଛନ୍ତି ।

ଜୁଲାଇ ୨୯ରେ ରାଜ୍ୟ ସରକାର ବରିଷ୍ଠ ପ୍ରଶାସକ ଭି କେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (ଟ୍ରାନ୍ସଫୋରମେସନ ଏଣ୍ଡ ଇନିସିଏଟିଭସ)ପଦରେ ନୂଆ ନିଯୁକ୍ତ କରିଛନ୍ତି । ଏପରିକି ସେ ମଧ୍ୟ ମୁଖ୍ୟ ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ପଦବୀରେ ଦାୟିତ୍ୱ ନିର୍ବାହ କରିବେ ।

ସୂତ୍ରରୁ ଜଣାପଡ଼ିଛି, ପାଣ୍ଡିଆନଙ୍କ ନୂଆ ଦାୟିତ୍ୱ ନେବାପରେ, ସରକାର ୫ଟି ପରି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡାକୁ ବେଶ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି । ତେଣୁ ନୂଆ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଅନୁଯାୟୀ କର୍ତ୍ତବ୍ୟ ସମ୍ପାଦନ ସହିତ ପ୍ରଶାସନ କ୍ଷେତ୍ରରେ ସରକାର ଦୃଢ ତଥା ୫ଟି ପରି ଏଜେଣ୍ଡାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ ।

Leave A Reply

Your email address will not be published.