ମୁମ୍ବାଇ: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଭାବରେ ଗୋବିନ୍ଦାଙ୍କର ନାମ ରହିଛି । ନିଜର ଡ୍ୟାନ୍ସ ସହ ଅଭିନୟ ମାଧ୍ୟମରେ ସେ ଅନେକଙ୍କ ହୃଦୟ ଜିତିଥିବାବେଳେ ଏବେ ଗୋବିନ୍ଦ ତାଙ୍କ ଜୀବନର ଏମିତି ଏକ ମୁହୂର୍ତ୍ତକୁ ନେଇ ଖୁଲାସା କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦା କହିଛନ୍ତି ଯେ ତାଙ୍କ ପତ୍ନୀ ସୁନିତାଙ୍କୁ ତାଙ୍କ ମା ବହୁତ ଭଲ ପାଉଥିଲେ । ଉଭୟଙ୍କ ମଧ୍ୟରେ ଖୁବ ନିବିଡ଼ତା ଥିଲା । କିନ୍ତୁ ଦିନେ ତାଙ୍କ ମା ତାଙ୍କୁ କହିଥିଲେ ଯେ,’ତୁ ଯଦି ସୁନିତାଙ୍କୁ କେବେ ଧୋକା ଦେବୁ ତ ଭିକ ମାଗିବୁ । କାରଣ ସିଏ ଘରର ଲକ୍ଷ୍ମୀ’ । ସୁନିତା ଓ ଗୋବିନ୍ଦାଙ୍କର ବିବାହ ୧୯୮୭ ମସିହାରେ ହୋଇଥିଲା । ଉଭୟ କାହାକୁ ନ ଜଣାଇ ବିବାହ କରିଥିଲେ ।
ଏନେଇ ସୁନିତାଙ୍କ କହିବା କଥା ଯେ ସେ ଭାବୁଥିଲେ, ଯଦି କୌଣସି ଅଭିନେତାଙ୍କର ବିବାହ ହୁଏ, ତେବେ ତାଙ୍କ କ୍ୟାରିୟର ସମାପ୍ତ ହୋଇଯିବ । ଯେତେବେଳେ ଉଭୟଙ୍କର ବିବାହ ହୋଇଥିଲା ସେତେବେଳେ ଗୋବିନ୍ଦାଙ୍କର ଅନେକ ଫିଲ୍ମ ହିଟ ହୋଇଥିଲା ଆଉ ସେ ସଫଳତାର ପାହାଚ ଚଢ଼ୁଥିଲେ । ସୁନିତା ଗୋବିନ୍ଦାଙ୍କୁ କହିଥିଲେ ଯେ,’ଯେତେ ଫିଲ୍ମ କରୁଛ କର, ଆମେ ଆମ ବିବାହ ବାବଦରେ କାହାକୁ ଜଣାଇବା ନାହିଁ । କିନ୍ତୁ ଯେବେ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା, ସେତେବେଳେ ଶିଶୁର ପ୍ରଥମ ଜନ୍ମଦିନରେ ଆମେ ଆମ ବାହାଘର ବାବଦରେ ସମସ୍ତଙ୍କୁ ଜଣାଇଥିଲୁ’ ।
Comments are closed.