ଭୁୂବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପ୍ରଶ୍ନ ଉଠାଇଲେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର। ଝାରସୁଗୁଡା ଜେଏମଏଫସି କୋର୍ଟ ଗୋପାଳ ପାଗଳ ନୁହେଁ ବୋଲି ରାୟ ଦେବା ପରେ ଉଭୟ ତଦନ୍ତପ୍ରକ୍ରିୟା ଏବଂ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜୟ ମହାପାତ୍ର। ଉଭୟ ପୋଲିସ, ସରକାର ଓ ଶାସନ କଳ ସମସ୍ତେ ଏହି ଘଟଣା ପାଇଁ ଉତ୍ତର ଦାୟୀ ବୋଲି ବିଜୟ କହିଛନ୍ତି।
ଦୁଇ ଅଣ ଓଡ଼ିଆ ଅଫିସରଙ୍କୁ ବିଜୟ ମହାପାତ୍ର ଏହି ଅବସରରେ ଟାର୍ଗେଟ କରିଛନ୍ତି। ଦୁଇ ଅଣଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବିଜୟ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଦୁଇ ଅଣ ଓଡିଆ ଅଫିସରଙ୍କ ମଧ୍ୟରୁ ଜଣେ ଆଇଏଏସ୍ ଓ ଜଣେ ଆଇପିଏସ୍ ବୋଲି ସେ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ କରିବା ବେଳେ ଝାରସୁଗୁଡା ଏୟାରପୋର୍ଟ ଥାନାର ପାଇଖାନା ଟାଙ୍କିରୁ ଜବତ କରିଥିବା ହାତ ଲେଖା ନୋଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗୋପାଳ ଡାଏରୀ ଲେଖୁଥିବା ନେଇ ସେ ପ୍ରଶ୍ନ ଉଠାଇବା ସହିତ ଏହି ହତ୍ୟାକାଣ୍ଡକୁ ଚପାଇବାକୁ ଏହା ଏକ ନୂଆ ଯୋଜନା ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି। ମୁଦାଲାକୁ ବଞ୍ଚାଇବାକୁ ସରକାର ଉଦ୍ଯମ କରୁଛନ୍ତି ବୋଲି ସେ କହିଛନ୍ତି। ଏପରିକି କ୍ରାଇମବ୍ରାଞ୍ଚ ଯେଉଁ ଏଫବିଆଇ ତଦନ୍ତ କଥା କହୁଥିଲା ତାହା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସରକାର ସବୁ ଦିଗକୁ ଯାଇ ତଦନ୍ତ କରୁ ନାହାନ୍ତି। କାହାକୁ ପ୍ରୋଟକେସନ ଦେବା ପାଇଁ ପୋଲିସ ଚାହୁଁଛି ବୁଝା ପଡୁନି। ତଦନ୍ତ କେବଳ ଗୋପାଳ ପାଖରେ ଅଟକି ଯାଇଛି।
ଏହି ମାମଲାରେ ବିଜେଡିର କିଛି ଜିଲ୍ଲା ପରିଷଦ ଯେଉଁମାନେ ନବ ଦାସଙ୍କର ବିଶ୍ୱସ୍ତ ସେମାନେ ଘଟଣା ବିଷୟରେ ଜାଣିଛନ୍ତି। ତାଙ୍କୁ ଭୟଭୀତ କରାଇ ଘଟଣା ବିଷୟରେ ବାହାରେ ନ କହିବାକୁ ଚାପ ସୃଷ୍ଟି କରାଯାଇଛି ବୋଲି ବିଜୟ ମହାପାତ୍ର କହିଛନ୍ତି।
Comments are closed.