ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ପରମ୍ପରା ବିଷୟରେ ଆଲୋଚନା ଚାଲିଛି। ଏହି କ୍ରମରେ ଆମେ ଘୋଡଲାଗି ବେଶ ବିଷୟରେ ଅନେକ ତଥ୍ୟ ଜାଣିପାରିଛେ। ଏହି ଘୋଡ ମୁଖ୍ୟତଃ ଶୀତ ବସ୍ତ୍ର ବୋଲି ବିବେଚନା କରାଯାଏ। ଆମେ ଜାଣିଲେ ମହାପ୍ରଭୁ ନିଜର ବସ୍ତ୍ର ସିଂହାର ପରି ଏହି ଘୋଡଲାଗି ବସ୍ତ୍ର ଗୁଡିକ ବିଭିନ୍ନ ଦିନରେ ବିଭିନ୍ନ ରଙ୍ଗ ବା ମିଶ୍ରିତ ରଙ୍ଗର ହୋଇଥାଏ। ଏହା ଦରଜୀ ସେବକମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥାଏ। ଶ୍ରୀଜୀଉମାନଙ୍କ ମୁହଁ ଛଡା ସର୍ବାଙ୍ଗ ଢାଙ୍କି ହୋଇ ଏହି ବସ୍ତ୍ର ରହେ। ଶୀତ ଦିନେ ଦ୍ବିପହର ସମୟରେ ଶୀତର ପ୍ରକୋପ କମ ହେଉଥିବାରୁ ଶ୍ରୀଜୀଉମାନଙ୍କୁ ଦ୍ବିପ୍ରହର ସମୟରେ ଘୋଡ ଲାଗି କାରାଯାଏନି। ଠିକ ମଣିଷ ମାନଙ୍କ ଭଳି ଏହି ସମୟରେ ଅବକାଶ ସମୟରେ ଲାଗି ହୋଇଥିବା ଘୋଡକୁ ଓଲାଗି କାରାଯାଏ। ଅର୍ଥାତ ମଧ୍ୟାହ୍ନ ଭୋଗ ସମୟରେ ପ୍ରଭୁମାନେ ଘୋଡ ଲାଗି ହୁଅନ୍ତି ନାହିଁ। ଏହି ଧୂପ ପୂଜା ରେ ସିଂହାସନ ଉପରେ ବସି ପୂଜାପଣ୍ଡା ମାନେ ପୂଜା କରନ୍ତି ନାହିଁ। ଅର୍ଥାତ ଘୋଡ ଲାଗି ସମୟର ପୂଜା ବେଳେ ତିନିବାଡ଼ର ପୂଜକ ମାନେ ସିଂହାସନ ତଳେ ବସି ପୂଜା କରନ୍ତି ।
ଆଗରୁ ଆଲୋଚନା ହୋଇଛି ମାର୍ଗଶିର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ଭାବରେ ଅଙ୍ଗକୁ ଢାଙ୍କି ହେଉଥିବା ବସ୍ତ୍ର (ଘୋଡ )ପରିଧାନ କରିଥାନ୍ତି। କିନ୍ତୁ ବସନ୍ତ ପଞ୍ଚମୀଠାରୁ
ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀଜୀଉମାନେ ସମ୍ପୂର୍ଣ ଶରୀର ଆବୃତ କରୁଥିବା ଘୋଡ ନପିନ୍ଧି ଜାମା ଭଳି ଶରୀରର ଉପରି ଭାଗକୁ ଆଚ୍ଛାଦିତ କରୁଥିବା ଘୋଡ ପରିଧାନ କରନ୍ତି। ଏହାକୁ ସାଧାରଣରେ “ଠିଆ ଘୋଡଲାଗି ବେଶ ” ବୋଲି କୁହାଯାଏ। ଉଭୟ ପ୍ରକାର ଘୋଡ (ବସ୍ତ୍ର )ସ୍ୱତନ୍ତ୍ର ରୂପେ ସୁତା କପଡା ବା ମଖମଲ କପଡାରେ ନିର୍ମିତ୍ତ ହୁଏ. ଜାମା ଲାଗି ବେଶରେ ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ଘୋଡାଇ ହେଉ ନଥିବାରୁ, ଶ୍ରୀଜୀଉ ମାନେ କିଛି ସୁବର୍ଣ୍ଣ ଅଳଙ୍କାର ଧାରଣ କରନ୍ତି. କୁହାଯାଏ ପ୍ରାୟ ତିରିଶି ମୂର୍ତ୍ତି ସୁନା ଅଳଙ୍କାର ପରିଧାନ କାରାଯାଏ। ଶ୍ରୀମନ୍ଦିର ପରମ୍ପରା ରେ ରାଧା -ଦାମୋଦର ବେଶ ବ୍ୟତୀତ ଏହି ଘୋଡଲାଗି ବେଶ ଏକାଧିକ ଦିବସ ପାଳିତ ହୁଏ। ଶ୍ରୀମନ୍ଦିର ବ୍ୟତୀତ ଏହି ଘୋଡ ଲାଗି ମଠ ମନ୍ଦିରମାନଙ୍କରେ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ଏହି ବସ୍ତ୍ର ସିଂହାର ଆଧାରିତ ଅନ୍ୟ ବେଶ ସମ୍ପର୍କରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
“ଯାବତ ନାହିଁ ଆତ୍ମ ଜ୍ଞାନ
ତlବତ କର୍ମେ ଥିବ ମନ ।
ସାତ୍ଵିକ ସେବା ତତ ପରେ
ସତ୍ୱ ବଢ଼ଇ ନିରନ୍ତରେ ।
ତେଣେ ବିଶୁଦ୍ଧ ହୋଏ ମନ
ନିର୍ମଳ ପ୍ରକାଶଇ ଜ୍ଞାନ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )