Latest Odisha News

BREAKING NEWS

କାଳିଆ ଯୋଜନା: ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ କାଳିଆ ଯୋଜନା ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏ ଯାଏଁ କଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ନାମ ଏହାର ଅଫିସିଆଲ ୱେବ ସାଇଟରେ ସାମିଲ କରାଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଥିବାବେଳେ ୧୪ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କୃଷି ସଚିବ କହିଛନ୍ତି ଯେ, ଯୋଗ୍ୟ ହିତାଧିକାରୀଙ୍କୁ ବାଛି ବାହାର କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏହି କାଳିଆ ହିତାଧିକାରୀଙ୍କ ତାଲିକା ପଠାଯିବ ।

କାଳିଆ ଯୋଜନା ପାଇଁ ବିଭାଗକୁ ଏଯାଏଁ ପାଖାପାଖି ୧ କୋଟି ଦରଖାସ୍ତ ମିଳିଛି, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ସହ ଆଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେବା ସରକାରଙ୍କ ଲକ୍ଷ ବୋଲି କୃଷି ସଚିବ କହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରିବାକୁ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି ।

Comments are closed.