Latest Odisha News

BREAKING NEWS

ଐତିହାସିକ ନିଷ୍ପତ୍ତି: ଲୋକସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଲୋକସଭାରେ ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହୀତ ହୋଇଛି । ଗତକାଲି ଏହି ବିଲଟି ରାଜ୍ୟସଭାରେ ଗୃହିତ ହୋଇଥିଲା । ତେବେ ଏହି ବିଲଟି ପାର୍ଲାମେଣ୍ଟର ଦୁଇଟି ଗୃହରେ ଆଗତ ହୋଇ ସଫଳତାର ସହିତ ପାରିତ ହେବାପରେ ଏବେ ଏହା ଭାରତର ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଗି ପଠାଯାଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନରେ ବିଲଟି ମଞ୍ଜୁରପ୍ରାପ୍ତ୍ର ହେଲେ ଏହା ଆଇନରେ ପରିଣତ ହୋଇଯିବ ।

ମଙ୍ଗଳବାର ଦିନ ସକାଳେ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲଟି ଆଗତ କରିଥିଲେ । ତେବେ ସନ୍ଧ୍ୟାରେ ଏହି ବିଲ ସପକ୍ଷରେ ୩୭୦ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୭୦ଟି ଭୋଟ ମିଳିଛି । ତେଣୁ ଏହି ବିଲଟି ଏବେ ଲୋକସଭାରେ ଗୃହିତ ହୋଇଥିବା ସୂଚନା ମିଳିଛି ।

ଏହାଫଳରେ ଏବେ ଜମ୍ମୁ ଓ କାଶ୍ମୀର ରାଜ୍ୟ ଭାବେ ମାନ୍ୟତା ହରାଇବା ସହିତ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଯିବ ।

Leave A Reply

Your email address will not be published.