Latest Odisha News

BREAKING NEWS

ଅର୍ଚ୍ଚନା ନାଗ ଜାମିନ୍ ଆବେଦନ ମାମଲା, ତଦନ୍ତ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ମଙ୍ଗଳବାର ହାଇକୋର୍ଟ ପୋଲିସକୁ ରିପୋର୍ଟ ମାଗିଛନ୍ତି । ତଦନ୍ତ କେତେ ଆଗେଇଛି, ଏବେ ସ୍ଥିତି କଣ ? ସେନେଇ ପୋଲିସକୁ ବିବରଣୀ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ ।

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ବେଳେ ହାଇକୋର୍ଟ ପୋଲିସକୁ ତଦନ୍ତର ସ୍ଥିତି ନେଇ ରିପୋର୍ଟ ଦେବାକୁ କହିଛନ୍ତି । ଏହା ପୂର୍ବରୁ ଜାନୁଆରୀ ମାସରେ ହାଇକୋର୍ଟ ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆରର କେସ୍ ଡାଏରୀ ମାଗିଥିଲେ ।

ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜା ଆଣିଥିବା ବଟି ଆଦାୟ ମାମଲାରେ ଗତବର୍ଷ ତଳକୋର୍ଟ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା, ଅର୍ଚ୍ଚନା ନାଗଙ୍କ ବିରୋଧରେ ଏତଲା ଦେଇଥିଲେ । ଅଭିଯୋଗ କରିଥିଲେ ସହଯୋଗୀଙ୍କ ସହ ମିଶି ଅର୍ଚ୍ଚନା ବ୍ଲାକମେଲିଂ କରି ଟଙ୍କା ମାଗୁଛନ୍ତି ।

ଏବେ ଅର୍ଚ୍ଚନା ନାଗ ଜେଲରେ ଥିବା ବେଳେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ପ୍ରାୟ ୪ ବର୍ଷରେ ବ୍ଲାକମେଲିଂ ଓ ହନିଟ୍ରାପ୍ କରି କୋଟି କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.