Latest Odisha News

BREAKING NEWS

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର – ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’ ବ୍ୟବସ୍ଥା ଏବେ ଲୋକଙ୍କ ପାଇଁ ବିଶ୍ୱାସର ପ୍ରତୀକ ସଦୃଶ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ରୂପାନ୍ତରଣ ସହ ଦୁର୍ନୀତିରେ ଅଙ୍କୁଶ ଲଗାଇବାରେ ‘୫-ଟି’ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସହରଠାରୁ ଉପାନ୍ତ ଈଲାକା ଯାଏଁ ଏବେ 5Tର କାର୍ଯ୍ୟକାରିତା ଯୋଗୁଁ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିପାରିଛି ।

ଏତେସବୁ ସୁଫଳ ସତ୍ବେ ବିଜେପି ବିରୋଧୀ ଦଳ ନେତା ବୁଝି ଅବୁଝା ହେଉଛନ୍ତି ବୋଲି କଟାକ୍ଷ କରି କହିଛନ୍ତି ଅରୁଣ । କେବଳ ସେତିକି ନୁହେଁ ଜୟନାରାୟଣଙ୍କ ଉକ୍ତିକୁ ସମାଲୋଚନା କରି ଅରୁଣ ପରାମର୍ଶ ଛଳରେ କହିଛନ୍ତି, ଯେ, ବିରୋଧୀ ଦଳ ନେତା ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ, ତାହେଲେ ସେ ବୁଝି ପାରିବେ ୫-ଟି କଣ । ଜୟନାରାୟଣଙ୍କ ୫-ଟି ସ୍କୁଲରେ ଲଗାଯାଉଥିବା ସବୁଜ ରଙ୍ଗକୁ ନେଇ ମଧ୍ୟ ଉତ୍ତର ରଖିଛନ୍ତି ଅରୁଣ, କହିଛନ୍ତି, ଯଦି ସବୁଜ ରଙ୍ଗ ଜୟନାରାୟଣ ମିଶ୍ରଙ୍କ ସବୁଜ ରଙ୍ଗ ଭଲ ଲାଗୁନାହିଁ,ତେବେ ପନିପରିବା ଖାଇବା ଛାଡି ଦିଅନ୍ତୁ । ସବୁଜ ରଙ୍ଗ ଜାତୀୟ ପତକାରେ ବି ଅଛି, ତେଣୁ ଲାଗୁଛି ତାଙ୍କୁ ୫-ଟି ଭୂତ ଲାଗିଛି।

ଉଲ୍ଲେଖଯୋଗ୍ୟ, ବିଧାନସଭାରେ 5Tକୁ ନେଇ ପ୍ରଶ୍ନ କରିଥିଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଶୂନ୍ୟକାଳରେ 5-T ଗୋଟିଏ ବିଭାଗ କି ବୋଲି ପ୍ରଶ୍ନ କରିବା ସହ ‘ଏହା କଣ ଏକ ବିଭାଗ କି ? ଯଦି ଏକ ବିଭାଗ ଅଫିସ୍‌ କେଉଁଠି ? ରାଜୀବ ଭବନ, ଲୋକସେବା ଭବନ ନା ଖାରବେଳ ଭବନରେ ଏହାର ଅଫିସ ? ଏଥିପାଇଁ ଏକ ବିଭାଗ ସୃଷ୍ଟି ହୋଇଛି କି ? ତେବେ ଅନ୍ୟ କର୍ମଚାରୀ କିଏ ବୋଲି ପ୍ରଶ୍ନ କରିଥିଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ।

Leave A Reply

Your email address will not be published.