Latest Odisha News

BREAKING NEWS

ଲଗାଣ ବର୍ଷାଯୋଗୁଁ ରେଳ ଟ୍ରାକ୍ ମରାମତି କାର୍ଯ୍ୟରେ ବିଳମ୍ବ

ରାୟଗଡା: ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଡାଇକାଲୁ-ଅମ୍ବଦଳାରେ ଥିବା ରେଲୱେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଳ ଟ୍ରାକ୍ ଧୋଇ ହୋଇଯାଇଛି । ଯାହାଫଳରେ ରାୟଗଡା-ଟିଟଲାଗଡରେ ରେଳସେବା ବାଧାପ୍ରାପ୍ତ ହୋଇଛି ।

ଏହି ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଅମ୍ବଦଳାରେ ପ୍ରାୟ ୧୦୦ମି. ରେଲୱେ ଟ୍ରାକ୍ ଧୋଇ ହୋଇଯାଇଛି । ଏସମ୍ପର୍କରେ ସୂଚନା ପାଇ ରେଳବାଇ ପକ୍ଷରୁ କ୍ଷତିଗ୍ରସ୍ତ ରେଳଟ୍ରାକ୍ ଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।

ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ଟ୍ରାକ୍ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶାପ୍ରକାଶ କରିଛନ୍ତି । ଅପରପକ୍ଷରେ ଉକ୍ତ ଅଞ୍ଚଳରେ ବର୍ଷା ଲାଗି ରହିଥିବା ଯୋଗୁଁ ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ରେଲୱେ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଅମ୍ବଦଳା ନିକଟରେ ମାଲବାହୀ ଟ୍ରେନର ୫୯ଟି ବଗି ମଧ୍ୟରୁ ପ୍ରାୟ ୩ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ପାଖାପାଖି ୫୬ଟି ସୁରକ୍ଷିତ ରହିଛି ।

ଆହୁରି ମଧ୍ୟ ଉକ୍ତ ଲାଇନଚ୍ୟୁତ୍ ୩ଟି ବଗିକୁ ଉଠାଇବା ଲାଗି କଣ୍ଟାବାଜିରୁ ବିଶାଖାପାଟଣା ଯାଏଁ କ୍ରେନ୍ ପଠାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.