Latest Odisha News

BREAKING NEWS

ଅବପାତର ରୂପ ନେଉଛି ଲଘୁଚାପ, ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଡିପ୍ ଡିପ୍ରେସନରେ ପରିଣତ ହେଉଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏହି ଲଘୁଚାପ ବାଲେଶ୍ୱର ଉପକୂଳଠାରୁ ୭୦ କିମି. ଦୂର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା କ୍ରମଶଃ ଘନୀଭୂତ ହେବା ସଙ୍ଗେସଙ୍ଗେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଆଡକୁ ଗତି କରୁଥିବାବେଳେ ପରବର୍ତ୍ତୀ ସମୟରେ ଏହା ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାକୁ ନଜରରେ ରଖି ବିଭାଗ ପକ୍ଷରୁ ଓଡିଶାର କେତେକ ଜିଲ୍ଲାରେ ଆଗାମୀ ୨ ଦିନ ଅର୍ଥାତ୍ ଅଗଷ୍ଟ ୯ ତାରିଖ ଯାଏଁ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଗଷ୍ଟ ୮- ରେଡ୍ ୱାର୍ଣ୍ଣିଂ

ଗଞ୍ଜାମ, ଗଜପତି, ସୋନପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡା ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅରେଞ୍ଜ ୱାର୍ଣ୍ଣିଂ-

ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ବରଗଡ, ସମ୍ବଲପୁର, କଟକ, ଢେଙ୍କାନାଳ ଓ ଅନୁଗୁଳ ।

ହଳଦିଆ ୱାର୍ଣ୍ଣିଂ- ଆଭ୍ୟନ୍ତରୀଣ ଓଡିଶାର ଅନ୍ୟ କେତେକାଂଶ ସ୍ଥାନରେ ସାମାନ୍ୟ ବର୍ଷା ଆଶଙ୍କା

ଅଗଷ୍ଟ ୯- ହଳଦିଆ ୱାର୍ଣ୍ଣିଂ

ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ ସୁନ୍ଦରଗଡ

ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.