Latest Odisha News

BREAKING NEWS

କଲେଜରେ ହୁଏ ବାହାଘର: ଜୁନିୟର ଛାତ୍ରୀଛାତ୍ର କରାନ୍ତି ସିନିୟରଙ୍କ ବିବାହ

ଲାହୋର: ସମୟ ବଦଳିବା ସହ ଲୋକଙ୍କ ମାନସିକତା ଓ ଚଳଣିରେ ଅନେକ ପରିବର୍ତ୍ତନ ଆସିଛି । ବିଶେଷକରିି ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ ପଦ୍ଧତିରେ ଅନେକ ନୂଆ ନୂଆ ଧାରା ପ୍ରୟୋଗ ଦେଖିବାକୁ ମିଳିଛି । ତେବେ ଏମିତି ଏକ ବାହାଘର କଥା କହୁଛୁ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ଏହି ଭଡିଓରେ ଦେଖାଯାଉଛି, ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ବରକନ୍ୟା ବି ସଜେଇ ହୋଇଛନ୍ତି । ଏଥିରେ ବାହାଘର ପୂର୍ବରୁ ହେଉଥିବା ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଦେଖିବାକୁ ମିଳୁଛି । ଏଥିରେ ଅନେକ ଯୁବକ ଯୁବତୀଙ୍କ ସମାଗମ ହୋଇଥିବା ବେଳେ ସମସ୍ତେ ମଜା ମସ୍ତି କରୁଛନ୍ତି । ଗୀତର ତାଳେ ତାଳେ ଡ୍ୟାନ୍ସ ବି କରୁଛନ୍ତି ।

ଭିଡିଓରେ ବିବାହଟି ସତସତିକା ଭଳି ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ମିଛ ବିବାହ । ଭିଡିଓଟି ପାକିସ୍ତାନର ଲାହୋରରେ ଥିବା ଲାହୋର ୟୁନିଭର୍ସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍‌ସର ଏକ ଅବସର ବିନୋଦର କାର୍ଯ୍ୟକ୍ରମ ବୋଲି ଜଣାପଡ଼ିଛି । ସେଠାକାର ପରମ୍ପରା ଅନୁସାରେ ପ୍ରତି ବର୍ଷ ଦୁଇ ଜଣ ସିନିଅରଙ୍କୁ ବଛାଯାଇଥାଏ । ଆଉ ସେମାନଙ୍କର ମିଛିମିଛିକା ବାହାଘର ଅୟୋଜନ କରାଯାଇଥାଏ । ଜୁନିୟର ଛାତ୍ରଛାତ୍ରୀ କହିଛନ୍ତି ଯେ, ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଦୁଇ ସିନିଅରଙ୍କୁ ସେମାନେ ହିଁ ବାଛିଥାନ୍ତି । ଏହି କାର୍ଯ୍ୟକ୍ରମ କେବଳ ଅବସର ବିନୋଦନ ପାଇଁ ଆୟୋଜନ କରାଯାଇଥାଏ ।

Leave A Reply

Your email address will not be published.