Latest Odisha News

BREAKING NEWS

ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ : ଟାଇଟଲ ହାତେଇଲା କପୁଲ ସ୍ପୋର୍ଟିଂ

ପୁରୀ: ସ୍ଥାନୀୟ ଭୂଦାନ ପଡିଆରେ ପ୍ରଥମ ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ୩ ମ୍ୟାଚ ବିଶିଷ୍ଟ ଫାଇନାଲରେ  କପୁଲ ସ୍ପୋର୍ଟିଂ ବାଜି ମାରିଥିଲା । ପ୍ରଥମ ମୁକାବିଲାରେ ଅସ୍ତରଙ୍ଗ ଦଳ ୧୦ ଓଭରରେ ୭୫ ରନ କରିଥିଲା । ଜବାବରେ ୯.୪ ଓଭରରେ କପୁଲ ସ୍ପୋର୍ଟିଂ ଏହାକୁ ଜିତି ନେଇଥିଲା । ସେହିପରି ଦ୍ୱିତୀୟ ଫାଇନାଲରେ ଅସ୍ତରଙ୍ଗ ନିର୍ଦ୍ଧାରିତ ୭ ଓଭରରେ ୬୮ ରନ କରିଥିଲା । କପୁଲ ସ୍ପୋର୍ଟିଂ ୭ ଓଭରରେ ୪୫ ରନ କରି ପରାଜିତ ହୋଇଥିଲା । ନିର୍ଣ୍ଣାୟକ ତୃତୀୟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି କପୁଲ ସ୍ପୋର୍ଟିଂ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୫ ଓଭରରେ ୬୭ ରନ କରିଥିଲା । ଜବାବରେ ଅସ୍ତରଙ୍ଗ ଦଳ ୩୯ ରନ କରିବାକୁ ସକ୍ଷମ ହୋଇଥିଲେ । ଫଳରେ କପୁଲ ସ୍ପୋର୍ଟିଂ ଚାମ୍ପିୟନ ହୋଇଥିଲା ।

ଉଦଯାପନୀ ଉତ୍ସବରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନ କପୁଲ ସ୍ପୋର୍ଟିଂକୁ ଟ୍ରଫି ଓ ୬୦୦୦୦  ଓ ରନର୍ସଅପ ଦଳକୁ ଟ୍ରଫି ସହ ୪୦୦୦୦  ପୁରସ୍କାର ରାଶି ପ୍ରଦାନ କରିଥିଲେ । ସିଲୁ ସେନାପତି, ମାଧବ ଖୁଂଟିଆ, କରୁଣାକର ମହାନ୍ତି, ହେମନ୍ତ ନାୟକ, ରାଜା ପାଢ଼ୀ, ପିକା ସାହୁ ଓ ଟୁଟୁ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.