Latest Odisha News

ଘରେ ବାପାଙ୍କ ମୃତଦେହ: କାନ୍ଦି କାନ୍ଦି ଝିଅ ଦେଲା ପରୀକ୍ଷା

ମଧ୍ୟପ୍ରଦେଶ: ଥରେ ଭାବନ୍ତୁ ତ, ହଠାତ୍ ହୃଦ୍‌ଘାତରେ ପ୍ରାଣହରାଇଥିବା ବାପାଙ୍କର ମୃତଦେହ ଘରେ ପଡ଼ିରହିଛି । ଆଉ ଝିଅକୁ ଦ୍ୱାଦଶ ପରୀକ୍ଷା ଦେବାକୁ ହେବ । ନିଜର ଅରାଜି ସତ୍ତ୍ୱେ ଜୀବନଯୁଦ୍ଧରେ ଆଗକୁ ବଢିବା ପାଇଁ ଏଭଳି ଅବସ୍ଥାରେ ପରୀକ୍ଷା ଦେବାକୁ ଗଲା ଝିଅ । ପରୀକ୍ଷା ସରିବା ପରେ ଘରକୁ ଫେରିଲା ଓ ତାହାପରେ ସମ୍ପାଦିତ ହେଲା ସମସ୍ତ ଶୁଦ୍ଧିକ୍ରିୟା । ଏପରି ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁମାନେ ଏହି ଭିଡ଼ିଓ ଦେଖୁଛନ୍ତି ସେମାନେ ବାସ୍ତବରେ ସ୍ତବ୍ଧ ହୋଇଯାଉଛନ୍ତି । ମଧ୍ୟପ୍ରଦେଶରେ ଦମୋହ ଜିଲା ବନୱାର ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା ।

ବନୱାର ଗ୍ରାମରର ଶିଶୁ ବାଲ୍ମିକୀଙ୍କ ସକାଳ ୬ଟାରେ ହଠାତ୍ ହୃଦ୍‌ଘାତରେ ମୃତ୍ୟୁ ହେଲା । ଆତ୍ମୀୟଙ୍କୁ ହରାଇଥିବା ଦୁଃଖରେ ପରିବାର ଓ ସାହି ପଡ଼ିଶାଙ୍କ କାନ୍ଦରେ ଉଛୁଳି ପଡ଼ିଲା ପୁରା ଗାଁ । କିନ୍ତୁ ଏହି ସମୟରେ ଦ୍ୱାଦଶ ଶ୍ରେଣୀରେ ପଡ଼ୁଥିବା ଝିଅ ରିୟାଙ୍କ ପାଇଁ ଥିଲା ଅଗ୍ନି ପରୀକ୍ଷା । କାରଣ ଗୁରୁତ୍ୱପୂର୍ଣ୍ଣ ଦ୍ୱାଦଶ ପରୀକ୍ଷାର ସେଦିନ ରସାୟନିକ ବିଜ୍ଞାନ ପରୀକ୍ଷା ଥିଲା । ବିଚରା ଝିଅଟି ବାପାଙ୍କୁ ଛାଡ଼ି ଯିବାକୁ ରାଜି ନ ଥିଲା । କିନ୍ତୁ ସାହି ପଡ଼ିଶା ଲୋକେ ବୁଝାଇବା ପରେ ଝିଅଟି କାନ୍ଦି କାନ୍ଦି ଗଲା ପରୀକ୍ଷା କେନ୍ଦ୍ରକୁ । ଏଭଳି ଦୁଃଖଦ ମୁହୂର୍ତ୍ତରେ କାନ୍ଦି କାନ୍ଦି ଝିଅଟି ପରୀକ୍ଷା ବି ଦେଲା । ଆଉ ପରୀକ୍ଷା ସିବା ମାତ୍ରେ ତୁରନ୍ତ ଘରକୁ ଫେରିଲେ । ଏହି ଘଟଣାଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଥିବା ବେଳେ ସମସ୍ତେ ଝିଅଟିର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.