Latest Odisha News

BREAKING NEWS

ଏହି ପ୍ରସଙ୍ଗରେ ବିସିସିଆଇକୁ ଘେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ତେବେ ଏହାକୁ ନେଇ ବିସିସିଆଇକୁ ପରୋକ୍ଷ ଢଙ୍ଗରେ ସମାଲୋଚନା କରିଛନ୍ତି ରୋହିତ ଶର୍ମା । ମ୍ୟାଚ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି ଯେ ଏତେ ମାତ୍ରାରେ କ୍ରିକେଟ ଖେଳିବାକୁ ପଡୁଛି ଯେ ଆଘାତ ଲାଗିବା ସୁନିଶ୍ଚିତ । ଭାରତୀୟ କ୍ରିକେଟ ଟିମର ସିଡ୍ୟୁଲ ବା ମ୍ୟାଚସୂଚୀ ବହୁତ ବ୍ୟସ୍ତ ରହୁଛି, ଯେଉଁଥିପାଇଁ ଖେଳାଳିଙ୍କୁ ନିୟମିତ ଆରାମ କରିବାକୁ ସମୟ ମିଳୁନାହିଁ ଆଉ ଫଳସ୍ୱରୂପ ଲଗାତାର ପ୍ରମୁଖ ଖେଳାଳିମାନେ ଆହତ ହେଉଛନ୍ତି ।

ରୋହିତ କହିଛନ୍ତି ଯେ ତାଜା ଉଦାହରଣ ସ୍ୱରୂପ ଶ୍ରେୟସ ଆୟାରଙ୍କ କଥା ଦେଖନ୍ତୁ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ସେ ଆହତ ହେଲେ । ଆଉ ଶ୍ରେୟସଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ଦିଆଯାଇଥିଲା, କିନ୍ତୁ ସେ ତିନିଟି ମ୍ୟାଚରେ ଆଉଟ ହୋଇଯାଇଥିଲେ । ରୋହିତ କହିଛନ୍ତି ଯେ ପ୍ରମୁଖ ଖେଳାଳିମାନେ ଲଗାତାର ଆହତ ହେବା ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ସେ ଓ ଟିମ ମ୍ୟାନେଜମେଣ୍ଟ ଖେଳାଳିଙ୍କ ଭାର କମାଇବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି ।

Leave A Reply

Your email address will not be published.